ଓଡିଶା

odisha

ETV Bharat / bharat

Operation Ganga: ଆଜି ପହଞ୍ଚିବେ 1300ରୁ ଊର୍ଦ୍ଧ୍ବ ଭାରତୀୟ - ୟୁକ୍ରେନରେ ଫସିଛନ୍ତି ଭାରତୀୟ

ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଜାରି ରଖିଛନ୍ତି କେନ୍ଦ୍ର ସରକାର । ଭାରତୀୟଙ୍କୁ 'ଅପରେସନ ଗଙ୍ଗା' ମାଧ୍ୟମରେ ଉଦ୍ଧାର ଜାରି ରହିଛି । ଅଧିକ ପଢନ୍ତୁ

Operation Ganga: ଆଜି ପହଞ୍ଚିବେ ୧୩ ଶହରୁ ଉର୍ଦ୍ଧ ଭାରତୀୟ
Operation Ganga: ଆଜି ପହଞ୍ଚିବେ ୧୩ ଶହରୁ ଉର୍ଦ୍ଧ ଭାରତୀୟ

By

Published : Mar 7, 2022, 7:26 PM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଜାରି ରଖିଛନ୍ତି କେନ୍ଦ୍ର ସରକାର । ଭାରତୀୟଙ୍କୁ 'ଅପରେସନ ଗଙ୍ଗା' ମାଧ୍ୟମରେ ଉଦ୍ଧାର ଜାରି ରହିଛି । ତେବେ ଆଜି ଏକ ବିମାନରେ ୧୩ ଶହରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକ ଭାରତରେ ପହଞ୍ଚିବ । ସେହିପରି ଏପର୍ଯ୍ୟନ୍ତ ୧୭ ହଜାର ୪ଶହ ଭାରତୀୟ ସୁରକ୍ଷିତ ଉଦ୍ଧାର ହୋଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Operation Ganga: ଆଜି ପହଞ୍ଚିବେ ୧୩ ଶହରୁ ଉର୍ଦ୍ଧ ଭାରତୀୟ

ତେବେ ଆଜି ୭ଟି ସ୍ବତନ୍ତ୍ର ବିମାନରେ ୧୩୧୪ ଜଣ ଭାରତୀୟଙ୍କୁ ଯୁଦ୍ଧ ଭୂମି ୟୁକ୍ରେନର ପଡୋଶୀ ଦେଶରୁ 'ଅପରେସନ ଗଙ୍ଗା' ମାଧ୍ୟମରେ ଉଦ୍ଧାର କରାଯାଇ ଭାରତ ଅଣାଯାଉଛି । ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଏହି ଉଦ୍ଧାର କାର୍ଯ୍ୟ ଏଯାବତ୍‌ ଜାରି ରହିଛି । ସେହିଭଳି ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଅପରେସନ ଗଙ୍ଗା ମାଧ୍ୟମରେ ୭୩ ସ୍ବତନ୍ତ୍ର ବିମାନ ଯୋଗେ ୧୫ ହଜାର ୨୦୬ଜଣ ଭାରତୀୟ ଆସିଛନ୍ତି ।

ଏଥିସହ ଭାରତୀୟ ବାୟୁସେନାରେ ଗୋଟିଏ C-୧୭ ଗ୍ଲୋବ ମାଷ୍ଟରରେ ୨୦୧ ଭାରତୀୟ ଆଜି ସଂଧ୍ୟରେ ଭାରତରେ ପହଞ୍ଚିବ ବୋଲି ମନ୍ତ୍ରଣାଳୟ କହିଛି । ଏହା ପୂର୍ବରୁ ୧୦ଟି ଭାରତୀୟ ବାୟୁସେନାର ବିମାନରେ ୨୦୫୬ଜଣ ଭାରତୀୟ ଫେରିଥିବା କହିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ଅପରପକ୍ଷେ ଆଜି ୪ଟି ବିମାନ ଦିଲ୍ଲୀରେ ପହଞ୍ଚିବାକୁ ଥିବା ବେଳେ ଆଉ ୨ଟି ମୁମ୍ବାଇରେ ପହଞ୍ଚି ସାରିଛି । ଏଥିରୁ ଗୋଟିଏ ବିମାନ ସଂଧ୍ୟାରେ ପହଞ୍ଚିବା ବିଳମ୍ବ ହୋଇ ପାରେ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥିସହ ୫ଟି ବିମାନ ବୁଦାପେଷ୍ଟ ଏବଂ ଗୋଟିଏ ଲେଖାଏଁ ବୁକାରେଷ୍ଟ, ସୁସେଆଭା ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରଣାଳୟ କହିଛି । ଆସନ୍ତାକାଲି ୨ଟି ସ୍ବତନ୍ତ୍ର ବିମାନ ସୁସେଆଭାରୁ ଉଡାଣ ଭରିବ । ଏଥିରେ ୪ଶହ ଭାରତୀୟ ସ୍ବଦେଶ ଫେରିବେ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ।

@PIB

ABOUT THE AUTHOR

...view details