ଓଡିଶା

odisha

ETV Bharat / bharat

ମଦ୍ରାସାରେ ପଢୁଛନ୍ତି ୭୦୦ରୁ ଅଧିକ ହିନ୍ଦୁ ଛାତ୍ର - ହିନ୍ଦୁ ଛାତ୍ରଙ୍କ ଇସଲାମିକ ଶିକ୍ଷା

ଉତ୍ତରାଖଣ୍ଡରେ ବିଭିନ୍ନ ମଦ୍ରାସାରେ ପଢୁଛନ୍ତି ୭୦୦ରୁ ଅଧିକ ହିନ୍ଦୁ ଛାତ୍ରଛାତ୍ରୀ । ରାଜ୍ୟ ବାଳ ସଂରକ୍ଷଣ ଆୟୋଗ ରିପୋର୍ଟରେ ବଡ଼ ଖୁଲାସା । ଅଧିକ ପଢନ୍ତୁ

ମଦ୍ରାସାରେ ପଢୁଛନ୍ତି ହିନ୍ଦୁ ଛାତ୍ର
ମଦ୍ରାସାରେ ପଢୁଛନ୍ତି ହିନ୍ଦୁ ଛାତ୍ର

By ETV Bharat Odisha Team

Published : Nov 8, 2023, 8:41 AM IST

ଡେରାଡୁନ:ଦେବଭୂମି ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ବହୁ ହିନ୍ଦୁ ଛାତ୍ରଛାତ୍ରୀ ମଦ୍ରାସାରେ ପାଠ ପଢୁଛନ୍ତି । ଜଣେ କି ଦି' ଜଣ ନୁହେଁ, ପ୍ରାୟ ୭୦୦ରୁ ଅଧିକ ହିନ୍ଦୁ ଛାତ୍ର ମଦ୍ରାସା ଯାଉଛନ୍ତି । ହରିଦ୍ବାର, ଉଦ୍ଧମସିଂହ ନଗର ଏବଂ ନୈନିତାଲ ଜିଲ୍ଲାରେ ଏହା ଅଧିକ ଦେଖାଯାଇଛି । ଉତ୍ତରାଖଣ୍ଡ ବାଳ ସଂରକ୍ଷଣ ଆୟୋଗର ରିପୋର୍ଟରେ ଏହି ବଡ ଖୁଲାସା ହୋଇଛି, ଯାହାକି ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ କାହିଁକି ହିନ୍ଦୁ ପରିବାର ନିଜ ପିଲାଙ୍କୁ ମଦ୍ରାସା ଛାଡୁଛନ୍ତି ତାହା ଜାଣିବାକୁ ଆୟୋଗ ତଦନ୍ତ ଆରମ୍ଭ କରିଦେଇଛି ।

ବିଭିନ୍ନ ସ୍କୁଲରେ ନିୟମଗୁଡିକର ଠିକ୍ ଭାବେ ପାଳନ କରାଯାଉନଥିବା ନେଇ ବାଳ ସଂରକ୍ଷଣ ଆୟୋଗ ନିକଟରେ ଅଭିଯୋଗ ହୋଇଥିଲା । ଏହାର ଯାଞ୍ଚ କରିବା ସମୟରେ ମଦ୍ରାସାରେ ହିନ୍ଦୁ ପିଲାଙ୍କ ଶିକ୍ଷା ଘଟଣା ସାମ୍ନାକୁ ଆସିଥିଲା । ବିଶେଷକରି ରାଜ୍ୟର ତିନୋଟି ଜିଲ୍ଲା ହରିଦ୍ବାର, ଉଦ୍ଧମସିଂହ ନଗର ଓ ନୈନିତାଲରେ ସ୍କୁଲ ସହିତ ମଦ୍ରାସାଗୁଡ଼ିକର ସଞ୍ଚାଳନ କରାଯାଉଛି । ଏହି ଜିଲ୍ଲାରେ ଥିବା ୩୦ରୁ ଅଧିକ ମଦ୍ରାସାରେ ୭୪୯ ଜଣ ଅଣ-ମୁସଲିମ ଛାତ୍ର ଇସଲାମିକ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଏମିତି କ'ଣ ଦରକାର ପଡିଲା, ଯେଉଁଥିପାଇଁ ହିନ୍ଦୁ ବାପାମାଆ ପିଲାଙ୍କୁ ମଦ୍ରାସା ପଠାଇଲେ ତାହାର ଯାଞ୍ଚ ଚାଲିଛି ।

ଏହାମଧ୍ୟ ପଢନ୍ତୁ: ବିଦ୍ୟାଳୟରେ ନମାଜ ପାଠ କଲେ ଛାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଏନେଇ ଉତ୍ତରାଖଣ୍ଡ ବାଳ ସଂଗକ୍ଷଣ ଆୟୋଗର ଅଧ୍ୟକ୍ଷା ଗୀତା ଖନ୍ନା ଇଟିଭି ଭାରତକୁ କହିଛନ୍ତି, ''ଅନେକ ଦିନ ହେଲା ସ୍କୁଲଗୁଡିକ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଥିଲା । ତେଣୁ ଏହାର ଯାଞ୍ଚ ପାଇଁ ଆୟୋଗ ନିଷ୍ପତ୍ତି ନେଇଥିଲା । ଯାଞ୍ଚ ବେଳେ ଗୋଟିଏ ପଟେ ସ୍କୁଲ ଓ ଅନ୍ୟପଟେ ଅନେକ ସ୍ଥାନରେ ମଦ୍ରାସା ଚାଲୁଥିବା ଜଣାପଡିଥିଲା । ମଦ୍ରାସା ଗୁଡିକର ଯାଞ୍ଚ କରିବା ପରେ ସେଠାରେ ଅନେକ ହିନ୍ଦୁ ପିଲା ପାଠ ପଢୁଥିବା ଜଣାଯାଇଛି । ତିନୋଟି ଜିଲ୍ଲାରେ ମଦ୍ରାସାରେ ପଢୁଥିବା ଅଣ-ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୪୯ ରହିଛି ।''

କାହିଁକି ହିନ୍ଦୁ ପରିବାର ନିଜର ପିଲାଙ୍କୁ ସ୍କୁଲ ନପଠାଇ ମଦ୍ରାସା ଛାଡୁଛନ୍ତି, ତାହାର କାରଣ ଜାଣିବାକୁ ଆୟୋଗ ତଦନ୍ତ ଆରମ୍ଭ କରିଦେଇଛି । ଆର୍ଥିକ ଲାଭ, ଲୋଭ ନା ଅଜ୍ଞନତା ପାଇଁ ବାପାମାଆ ପିଲାଙ୍କୁ ମଦ୍ରାସାରେ ପଢ଼ାଉଛନ୍ତି, ଏହା ଜାଣିବାକୁ ବାଳ ସଂରକ୍ଷଣ ଆୟୋଗ ସମେତ ଶିକ୍ଷା ବିଭାଗ ମଧ୍ୟ ଛାନଭିନ୍ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details