ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଆଉ ୭୩ ନୂଆ ମାମଲା ସାମ୍ନାକୁ ଆସିଛି (୭୧ New Cases of Omicron Found in delhi) । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମାମଲା ୨୩୮ରେ ପହଞ୍ଚିଛି ।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ତୁଳନାରେ ଦିଲ୍ଲୀରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଏହାପରେ 167 ସହିତ ମହାରାଷ୍ଟ୍ର ଦ୍ବିତୀୟରେ ରହିଛି । ଦିଲ୍ଲୀରୁ ଚିହ୍ନଟ ମୋଟ ପଜିଟିଭ ଭିତରୁ ୫୭ଜଣ ଡିସଚାର୍ଜ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ୪୯୬ କୋଭିଡ ମାମଲା ଚିହ୍ନଟ ହୋଇଥିଲେ । କୋଭିଡ଼ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି ।