ଓଡିଶା

odisha

By

Published : Oct 25, 2022, 8:50 PM IST

ETV Bharat / bharat

Cyclone Sitrang: ତ୍ରିପୁରାରରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୫୦୦ରୁ ଊର୍ଦ୍ଧ୍ୱ ଘର

ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ତ୍ରିପୁରାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିପଡ଼ିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Cyclone Sitrang: ତ୍ରିପୁରାରରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୫୦୦ରୁ ଊର୍ଦ୍ଧ୍ବ ଘର
Cyclone Sitrang: ତ୍ରିପୁରାରରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୫୦୦ରୁ ଊର୍ଦ୍ଧ୍ବ ଘର

ନୂଆଦିଲ୍ଲୀ:ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି (Cyclone Sitrang impact on Tripura) । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଜଣେ ଲୋକ ଆହତ ହୋଇଛନ୍ତି । ଗତକାଲି (ଅକ୍ଟୋବର ୨୪) ତାରିଖରେ ସିତ୍ରାଙ୍ଗ ରାଜ୍ୟରେ ମାଡ଼ ହୋଇଥିବା ବେଳେ ଏହା ଧୀରେ ଧୀରେ ବାଂଲାଦେଶ ମୁହାଁ ହୋଇଛି ।

ରାଜ୍ୟ ଜରୁରୀକାଳୀନ ଅପରେସନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଏହି ବାତ୍ୟାରେ ପ୍ରାୟ ୫୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ଉପୁଡିଥିବା ବେଳେ ବହୁ ଗଛ ଭାଙ୍ଗିଛି । ଏହି ଗଛ ଗୁଡ଼ିକ ବିଦ୍ୟୁତ ଖୁଣ୍ଟ ଓ ଘର ଉପରେ ପଡ଼ିବା ଦ୍ବାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ରିପୋର୍ଟ ଅନୁସାରେ ତ୍ରିପୁରାର ସେପାହିଜାଲା ଜିଲ୍ଲା ବାଂଲାଦେଶ ସୀମାରେ ରହିଥିବାରୁ ଅଧିକ ପ୍ରଭାବ ଏଠାରେ ଦେଖାଦେଇଛି । ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ପ୍ରାୟ ୨୬ଟି ଘର ଆଂଶିକ ଭାବେ ଭାଙ୍ଗିଥିବା ବେଳେ ଗୋମାତିରେ ୪୦ଟି ଘର ଭାଙ୍ଗିଛି ।

ଏହା ବି ପଢନ୍ତୁ- Solar Eclipse: କେଉଁଠି କିପରି ଦିଶୁଛି ସୂର୍ଯ୍ୟପରାଗ, ଦେଖନ୍ତୁ ଫଟୋ

ସେହିପରି ଏଠାରେ ପ୍ରାୟ ୪ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେପାହିଜାଲା ଜିଲ୍ଲାରେ ୧୫୪ଟି ଘର ଭାଙ୍ଗିଥିବା ବେଳେ ୫୨ଟି ଘର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି । ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ୨୪ ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୨୯ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ଏବଂ ୩୭୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଖୋୱାଇ ଠାରେ ୨ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଟି ଘର ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଥିବା ସମସ୍ତ ନଦୀ ଗୁଡ଼ିକ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ କିଛି ଦିନ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହେବ । ଏହାସହିତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୮ ଓ ୨୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ସୂଚନା ଥାଉ କି ସୋମବାର ରାତି ୯.୩୦ ରୁ ୧୧.୩୦ ମଧ୍ୟରେ ବାଂଲାଦେଶ ର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ସିତ୍ରାଙ୍ଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details