ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 49.64 କୋଟିରୁ ଅଧିକ ଟିକା ଯୋଗାଇ ଦିଆଯାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ 49 କୋଟି 64 ଲକ୍ଷ 98 ହଜାର 50 ଟିକା ଯୋଗାଇ ଦିଆଯାଇଛି । ଏହାସହ 9 ଲକ୍ଷ 84 ହଜାର 610 କେନ୍ଦ୍ର ପାଖରେ ମହଜୁଦ ରହିଛି । 3 କୋଟି 14 ଲକ୍ଷ 34 ହଜାର 654 ଟିକା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ସମେତ ବିଭିନ୍ନ ବେସରକାରୀ ହସପିଟାଲରେ ଗଚ୍ଛିତ ରଖାଯାଇଛି ।