ନୂଆଦିଲ୍ଲୀ:ସଂସଦ ମୌସୁମୀ ଅଧିବେଶନ ଜାରି ଥିବାବେଳେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବିରୋଧୀ ଦଳର 20 ରାଜ୍ୟସଭା ସାଂସଦଙ୍କୁ ଜୁଲାଇ 26 ତାରିଖ ଦିନ ଗୃହରୁ ନିଲମ୍ବିତ କରାଯାଇଛି । ଫଳରେ ସେମାନେ ସଂସଦ ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ନିଲମ୍ବିତ ସାଂସଦଙ୍କ ଧାରଣାକୁ 50 ଘଣ୍ଟାରୁ ଅଧିକ ସମୟ ବିତିଲାଣି । ନିଲମ୍ବନ ଓ ମହଙ୍ଗା ଦାବିକୁ ନେଇ ଦିନରାତି ଧାରଣାରେ ବସିଛନ୍ତି ନିଲମ୍ବିତ ସାଂସଦ ।
ଏକତା ତଥା ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । କ୍ରମାଗତ ଭାବରେ ଦଳମାନଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟବ୍ୟବସ୍ଥା ଯୋଗାଇ ଦିଆଯାଉଛି । ରାଜ୍ୟସଭାର ୨୦ ନିଲମ୍ବିତ ସଦସ୍ୟ ବୁଧବାର ସଂସଦ ପରିସରରେ ନିଜର ବିରୋଧ ଆରମ୍ଭ କରିଥିଲେ । ନିଲମ୍ବନ ପ୍ରତ୍ୟାହାର କରିବାକୁ ହେଲେ ସେମାନଙ୍କ ଆଚରଣ ପାଇଁ ସଦସ୍ୟମାନେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଅଧ୍ୟକ୍ଷ । ନିଲମ୍ବିତ ସାଂସଦମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ରାତିଦିନ ବସି ରହିଛନ୍ତି ।