ଓଡିଶା

odisha

By

Published : Apr 15, 2021, 2:04 PM IST

ETV Bharat / bharat

ତିହାର ଜେଲରୁ 3400ରୁ ଅଧିକ କଏଦୀ ନିଖୋଜ

ତିହାର ଜେଲରୁ 3400ରୁ ଅଧିକ କଏଦୀ ନିଖୋଜ ଅଛନ୍ତି ।ଏନେଇ ତିହାର ଜେଲରରୁ ନିଖୋଜ କଏଦୀଙ୍କ ଏକ ତାଲିକା ଦିଲ୍ଲୀ ପୋଲିସକୁ ଦିଆଯାଇଛି ।

ତିହାର ଜେଲରୁ 3400ରୁ ଅଧିକ କଏଦୀ  ନିଖୋଜ
ତିହାର ଜେଲରୁ 3400ରୁ ଅଧିକ କଏଦୀ ନିଖୋଜ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ 3400ରୁ ଅଧିକ କଏଦୀ ନିଖୋଜ । କୋରୋନା ସଂକ୍ରମଣ ଯୋଗୁଁ ପାରୋଲରେ ମୁକ୍ତ କରାଯାଇଥିବା 3400ରୁ ଅଧିକ କଏଦୀ ଏବେ ନିଖୋଜ ଅଛନ୍ତି । ଜାମିନ ଅବଧି ଶେଷ ହୋଇଥିଲେ ମଧ୍ୟ କଏଦୀ ମାନେ ଜେଲରେ ଆତ୍ମସମର୍ପଣ କରିନାହାନ୍ତି । ଏନେଇ ତିହାର ଜେଲରରୁ ନଖୋଜ କଏଦୀଙ୍କ ଏକ ତାଲିକା ଦିଲ୍ଲୀ ପୋଲିସକୁ ଦିଆଯାଇଛି ।

ଜେଲରେ କୋଭିଡ ସଂକ୍ରମଣ ଯୋଗୁଁ ବନ୍ଦୀ କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରାଯାଇଥିଲା । କିନ୍ତୁ ଜାମିନ ଅବଧି ଶେଷ ହୋଇଥିଲେ ମଧ୍ୟ ସେମାନେ ଜେଲକୁ ଫେରିନାହାନ୍ତି । ତିହାର ଜେଲରେ 2020ରେ କରୋନାର ପ୍ରବେଶ ପରେ ଏଥିରୁ ମୁକ୍ତି ପାଇଁ ଜେଲ ପ୍ରଶାସନ ଦିଲ୍ଲୀ ସରକାର ଏବଂ କୋର୍ଟଙ୍କୁ 6 ହଜାରରୁ ଅଧିକ କଏଦୀଙ୍କୁ ପାରୋଲରେ ମୁକ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଏହି ଅବଧି ବର୍ତ୍ତମାନ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ 3 ହଜାର 468 କଏଦୀ ଆମସମର୍ପଣ କରିନାହାନ୍ତି ।

ଜେଲ ପ୍ରଶାସନ ପକ୍ଷରୁ ପୋଲିସକୁ କୁହାଯାଇଛି କି ତିହାର, ମାଣ୍ଡୋଲି ଏବଂ ରୋହିଣୀ ଜେଲରୁ 1184 ଦୋଷୀ କଏଦୀଙ୍କୁ ମୁକ୍ତ କରାଯାଇଥିଲା ମାର୍ଚ୍ଚ 6 ରେ ଏହି କଏଦୀ ମାନେ ଆତ୍ମସମର୍ପଣ କରିବାର ଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ 112 ଜଣ ଫେରିନାହାନ୍ତି । ସେହିଭଳି ମଧ୍ୟର୍ତ୍ତୀକାଳୀନ ଜାମିନରେ 5 ହଜାର 556 ଜଣଙ୍କୁ ମୁକ୍ତ କରାଯାଇଥିଲା । ସେଥିମଧ୍ୟରୁ କେବଳ 2ହଜାର 200 କଏଦୀ ଜେଲରେ ଆତ୍ମସମର୍ପଣ କରିଛନ୍ତି । ଯେଉଁ କଏଦୀ ମାନେ ଏବେ ସୁଦ୍ଧା ଜେଲକୁ ଫେରିନାହାନ୍ତି ସମାନଙ୍କ ବିବରଣୀ ଦିଲ୍ଲୀ ପୋଲିସକୁ ଦିଆଯାଇଛି । ଏନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details