ଓଡିଶା

odisha

ETV Bharat / bharat

ତେଜୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, 300ରୁ ଅଧିକ ବସ୍‌ ଚଳାଚଳ ଉପରେ ରୋକ୍‌ - ବସ୍‌ ଷ୍ଟେସନରେ ପୋଲିସ ମୁତୟନ

କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମା ବିବାଦ ଯୋଗୁଁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ବେଲାଗଭି ଯାଉଥିବା ପ୍ରାୟ 300ରୁ ଅଧିକ ବସ୍‌ ଚଳାଚଳ ଉପରେ ସାମୟିକ ରୋକ୍‌

More than 300 buses stopped plying between Karnataka and Maharashtra following border dispute escalation
ତେଜୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, 300ରୁ ଅଧିକ ବସ୍‌ ଚଳାଚଳ ଉପରେ ରୋକ୍‌

By

Published : Nov 25, 2022, 7:59 PM IST

ବେଙ୍ଗାଲୁରୁ:ତେଜୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ(Karnataka-Maharashtra Border dispute) । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମା ବିବାଦ ଯୋଗୁଁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ବେଲାଗଭି ଯାଉଥିବା ପ୍ରାୟ 300ରୁ ଅଧିକ ବସ୍‌ ଚଳାଚଳ ଉପରେ ସାମୟିକ ରୋକ୍‌(buses stopped) ଲାଗିଛି । ସେପଟେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବେଲଗଭି ବସ୍‌ ଷ୍ଟାଣ୍ଡରେ କଡା ପୋଲିସ ସୁରକ୍ଷା ଦିଆଯାଇଛି । ମହାରାଷ୍ଟ୍ରର ଔରାଙ୍ଗବାଦ ଜିଲ୍ଲାର ଦାଉନ୍ଦ ଗ୍ରାମର କିଛି ପ୍ରୋ-ମରାଠୀ ସଂଗଠନର କର୍ମୀ ଶୁକ୍ରବାର କର୍ଣ୍ଣାଟକ ବସ୍‌ ଗୁଡିକ ଉପରେ କଳା କାଳି ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ବେଲଗଭି ସିଟି ସେଣ୍ଟର ବସ୍‌ ଷ୍ଟେସନରେ ପୋଲିସ ମୁତୟନ ହୋଇଥିଲେ ।

ତେଜୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, 300ରୁ ଅଧିକ ବସ୍‌ ଚଳାଚଳ ଉପରେ ରୋକ୍‌

ମହାରାଷ୍ଟ୍ର ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ(Maharashtra State Road Transport Corporation) ମଧ୍ୟ କର୍ଣ୍ଣାଟକଙ୍କୁ ଯିବାକୁ ଥିବା 300ରୁ ଅଧିକ ବସ୍‌କୁ ବାତିଲ କରିଛି । ବସ୍‌ ପ୍ରତିଦିନ ମହାରାଷ୍ଟ୍ରରୁ ବେଲଗଭି, ଚିକୋଡି ସମେତ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ଚଳାଚଳ କରିଥାଏ । କୌଣସି ପ୍ରକାର ଦଣ୍ଡନୀୟ ଘଟଣାକୁ ଏଡାଇବାକୁ ପୋଲିସ ପ୍ରୋ-କାନାଡା ସଂଗଠନଙ୍କୁ ଚେତାବନୀ ଦେଇଛି ।

ଗତ କିଛିଦିନ ଧରି ଦୁଇ ପଡୋଶୀ ରାଜ୍ୟ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟନେତା ପରସ୍ପର ପ୍ରତି ଆକ୍ଷେପଜନତ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗୁରୁବାର କହିଥିଲେ ଯେ, ମହାରାଷ୍ଟ ସହ ସୀମା ବିବାଦ ନେଇ ଆସନ୍ତା ସପ୍ତାହରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବ ।

କର୍ଣ୍ଣାଟକର ସୀମାବର୍ତ୍ତି ବେଲଗଭି ଓ ବେଲଗାମ ଜିଲ୍ଲାରେ ଥିବା 80ରୁ ଅଧିକ ମରାଠୀ ଭାଷାଭାଷୀ ଗାଁକୁ ନେଇ ମହାରାଷ୍ଟ୍ର ସହ ବିବାଦର ସୂତ୍ରପାତ ହୋଇଛି । ମହାରାଷ୍ଟ୍ରର ଦାବି ଖାରଜ ହୋଇଥିଲେ ସୁଦ୍ଧା କର୍ଣ୍ଣାଟକ ମଧ୍ୟ ପଛରେ ପଡିନାହିଁ । ସୋଲାପୁର ପରି ମହାରାଷ୍ଟ୍ରର କିଛି କାନାଡା ଭାଷାଭାଷୀ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ଉଭୟ ରାଜ୍ୟ ବିଜେପି ଶାସିତ ରାଜ୍ୟ ହୋଇଥିବାବେଳେ ଗୋଟିଏରେ ମେଣ୍ଟ ସରକାର ରହିଛି ।

ABOUT THE AUTHOR

...view details