ଓଡିଶା

odisha

By

Published : Aug 19, 2022, 3:36 PM IST

ETV Bharat / bharat

Ayodhya Deepotsav 2022, ୧୪ ଲକ୍ଷ ଦୀପରେ ଝଲସିବ ସହର

ଷଷ୍ଠ ତମ ଅଯୋଧ୍ୟା ଦୀପୋତ୍ସବରେ ଜଳିବ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଦୀପ । ଏପରି କରି ପ୍ରଶାସନ ବିଶ୍ବରେକର୍ଡ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ

6th Ayodhya Deepotsav, ୧୪ ଲକ୍ଷ ଦୀପରେ ଝଲସିବ ସହର
6th Ayodhya Deepotsav, ୧୪ ଲକ୍ଷ ଦୀପରେ ଝଲସିବ ସହର

ଲକ୍ଷ୍ନୌ:ଚଳିତ ବର୍ଷ ଷଷ୍ଠ ଅଯୋଧ୍ୟା ଦୀପୋତ୍ସବର (Ayodhya Deepotsav 2022) ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତ ହେଉଛି ସହର । ପ୍ରାୟ ୧୪ ଲକ୍ଷ ୫୦ ହଜାର ଦୀପରେ ଝଲସି ଉଠିବ ସହର । ଏକାସାଙ୍ଗରେ ଏତେ ସଂଖ୍ୟାରେ ଦୀପ ଜଳାଇ ସ୍ଥାନୀୟ ପ୍ରଶାସନ ଗିନିଜ ବିଶ୍ବରେକର୍ଡ (Guinness Book of World Records) ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛି ।

ଅଯୋଧ୍ୟାର ଦୀପୋତ୍ସବ

ଉତ୍ତରପ୍ରଦେଶର ଫୈଜାବାଦ ଜିଲ୍ଲାର ଅଯୋଧ୍ୟା ସହରରେ ଏହି ଦିବ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଏ ନେଇ ଗୁରୁବାର ଡିଭିଜନାଲ କମିଶନର କାର୍ଯ୍ୟାଳୟରେ ଡିଭିଜନାଲ କମିଶନର ନବଦୀପ ରିନଭାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ଼ ମହାମାରୀ ପାଇଁ ଦୀପୋତ୍ସବ ପାଳନ ହେଉନଥିବାବେଳେ, ଚଳିତ ବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରଖାଯାଇଛି । ଆସନ୍ତା ଅକ୍ଟୋବର ୨୩ ତାରିଖରେ ଆୟୋଜିତ ହେବ ଏହି ଭବ୍ୟ ଉତ୍ସବ ।

ଦୀପୋତ୍ସବରେ ଆଲୋକିତ ଅଯୋଧ୍ୟା ସହର

ଏ ନେଇ ରିନଭା କହିଛନ୍ତି, "ଚଳିତ ବର୍ଷ ଦୀପୋତ୍ସବ ଅନେକ ଭକ୍ତ ଅଂଶଗ୍ରହଣ କରିବେ, ଯେହେତୁ କୋଭିଡ଼ ମହାମାରୀର ପ୍ରକୋପ ହ୍ରାସ ପାଇଛି । ଏଥିଲାଗି ବଳକା କାମକୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହେବା ଉଚିତ । ଏହି ଉତ୍ସବକୁ ସୁରୁଖୁରୁରେ ଶେଷ କରିବା ଲାଗି ସରକାରୀଙ୍କ ବିଭିନ୍ନ ଅଧିକାରୀଙ୍କୁ ଭିନ୍ନ ଭିନ୍ନ କାମରେ ନିଯୋଜିତ କରାଯାଇଛି ।"

ତେବେ ସୂଚନା ଥାଉ କି, ଅଯୋଧ୍ୟାରେ ଏଯାବତ ସର୍ବାଧିକ ୧୨ ଲକ୍ଷ ଦୀପ ଲଗାଯାଇଛି । ତେବେ ଚଳିତ ବର୍ଷ ୧୪ ଲକ୍ଷ ୫୦ ହଜାର ଦୀପ ଲଗାଇ ଏହି ରେକର୍ଡକୁ ଭାଙ୍ଗି ଗିନିଜ ବିଶ୍ବରେକର୍ଡ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଅଯୋଧ୍ୟାର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ବିଶ୍ବରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏହି ପବିତ୍ରଭୂମିରେ ଦୀପ ଉତ୍ସବ ଆୟୋଜିତ ହୋଇଥାଏ ।

ABOUT THE AUTHOR

...view details