ଓଡିଶା

odisha

ETV Bharat / bharat

11.5 cr PAN Cards Deactivated: ଆଧାର ଲିଙ୍କ ନଥିବା ପାନ୍‌ କାର୍ଡ ଡିଆକ୍ଟିଭେଟ୍ କଲା CBDT - Aadhar Pan link

ପାନ୍‌ ସହ ଆଧାର କାର୍ଡ ଲିଙ୍କ୍‌ ନଥିଲେ ସାବଧାନ ! 11.5 କୋଟି ଲୋକଙ୍କ ପ୍ୟାନ କାର୍ଡ ଡିଆକ୍ଚଭେଟ କରିଛି CBDT। ପୁର୍ନବାର ନିଜ ପ୍ୟାନ କାର୍ଡ ସକ୍ରିୟ କରିବା ପାଇଁ କ'ଣ କରିବେ ଜାଣନ୍ତୁ

11.5 cr PAN Cards Deactivated
ପ୍ୟାନ କାର୍ଡ ଡିଆକ୍ଟିଭେଟ୍ କଲା CBDT

By ETV Bharat Odisha Team

Published : Nov 12, 2023, 9:05 AM IST

ନୂଆଦିଲ୍ଲୀ:ସକ୍ରିୟ ରହିଛି ତ ଆପଣଙ୍କ ପାନ୍‌ କାର୍ଡ ? ଥରେ ଯାଞ୍ଚ କରି ନିଅନ୍ତୁ । କାରଣ ଆଧାର ଲିଙ୍କ୍‌ ହୋଇନଥିବା 11.5 କୋଟି ପାନ୍‌ କାର୍ଡକୁ ନିଷ୍କ୍ରିୟ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (CBDT)। ପାନ୍‌ କାର୍ଡ ସହ ଆଧାରର ଲିଙ୍କ୍ ହୋଇ ନଥିଲେ ଭରିବାକୁ ହେବ ଜରିମାନା । ଏନେଇ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି RTI ଫାଇଲ କରିଥିଲେ । ତେବେ ଚନ୍ଦ୍ରଶେଖରଙ୍କ ଉତ୍ତର ଦେଇଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(CBDT) ।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସମୟସୀମା ମଧ୍ୟରେ ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ୍‌ ହୋଇ ନଥିବାରୁ 11.5 କୋଟି ଲୋକଙ୍କର ପାନ୍‌ କାର୍ଡକୁ ଡିଆକ୍ଟିଭେଟ କରିଦିଆଯାଇଛି । ଏହି ବର୍ଷ ଆରମ୍ଭରୁ ଜୁନ୍‌ ମାସ 30 ତାରିଖ ମଧ୍ୟରେ ପାନ୍‌ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍‌ କରିବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁଲାଇ 1, 2017ରୁ ଯେଉଁ ମାନଙ୍କର ପାନ୍‌ କାର୍ଡ ଇସୁ କରାଯାଇଛି ସେମାନଙ୍କ କାର୍ଡ ଆଧାର ସହ ଲିଙ୍କ୍‌ ରହିଛି ।

କିନ୍ତୁ ଇନକମ୍ ଟ୍ୟାକ୍ସ ଅଧିନିୟମ ଅନୁସାରେ, ଧାରା 139 (AA ) ଅନୁଯାୟୀ, ଯେଉଁ ଲୋକଙ୍କୁ 2017 ଜୁଲାଇ 1ତାରିଖ ପୂର୍ବରୁ ତାଙ୍କ ପାନ୍‌ କାର୍ଡ ମିଳିଛି ସେମାନେ ମ୍ୟାନୁଆଲି ନିଜ ପ୍ୟାନ କାର୍ଡ ସହ ଆଧାର କାର୍ଡର ଲିଙ୍କ୍‌ କରାଇବା ଆବଶକ୍ୟକ । ତେବେ RTI ତଥ୍ୟରୁ ଜଣା ପଡ଼ିଛି ଯେ, ଭାରତରେ ମୋଟ୍ 70.24 କୋଟି ପାନ୍‌ କାର୍ଡ ଉପଭୋକ୍ତା ରହିଛନ୍ତି । ସେଥି ମଧ୍ୟରୁ 57.25 କୋଟି ଲୋକଙ୍କର ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ୍‌ ରହିଛି । ହେଲେ 12 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କର ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ ନଥିବାବେଳେ କେବଳ 11.5 କୋଟି ଲୋକଙ୍କର ପାନ୍‌ କାର୍ଡକୁ ଡିଆକ୍ଟିଭେଟ କରିଦିଆଯାଇଛି । ପୁର୍ନବାର ନିଜ ପାନ୍‌ କାର୍ଡ ସକ୍ରିୟ କରିବା ପାଇଁ ସେମାନଙ୍କୁ 1 ହଜାର ଟଙ୍କା ଜରିମାନା ଦେବାକୁ ହେବ ।


ଏମିତି ଜାଣନ୍ତୁ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ଅଛି କି ନାହିଁ:

  • ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ୍‌ ଅଛି କି ନାହିଁ ଜାଣିବା ପାଇଁ ପ୍ରଥମେ ଇନକମ୍ ଟ୍ୟାକ୍ସର ଇ-ଫାଇଲିଂ (E-filing) ପୋର୍ଟାଲକୁ ଯାଇ ପେଜ୍‌ର ବାମ ପାର୍ଶ୍ବରେ ଥିବା ଲିଙ୍କରେ କ୍ଲିକ୍ କରି ଆଧାରର ଷ୍ଟାଟସରେ କ୍ଲିକ୍ କରନ୍ତୁ ।
  • ଏହାପରେ ନିଜର 10 ଅଙ୍କ ବିଶିଷ୍ଟ ପାନ୍‌ ନମ୍ବର ଓ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ।
  • ଆଧାର ଷ୍ଟାଟସ୍‌ରେ କ୍ଲିକ୍ କରିବା ପରେ ଆପଣ ଜାଣି ପାରିବେ ଆପଣଙ୍କ ପାନ୍‌ କାର୍ଡ ସହ ଆଧାର କାର୍ଡ୍‌ର ଲିଙ୍କ୍‌ ଅଛି କି ନାହିଁ ।
  • ଯଦି ଆପଣଙ୍କ ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ୍‌ ହୋଇନଥିବ ତେବେ ଆପଣଙ୍କୁ ଲିଙ୍କ୍‌ କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନେବାକୁ ପଡ଼ିବ ।

ABOUT THE AUTHOR

...view details