ଓଡିଶା

odisha

ETV Bharat / bharat

ଫିଲିପାଇନ୍ସରେ ଭୟଙ୍କର ଟାଇଫୁନ: ୧୦୦ରୁ ଊର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି - ଫିଲିପାଇନ୍ସ ଟାଇଫୁନ ତାଣ୍ଡବ

ଫିଲିପାଇନ୍ସରେ ଭୟଙ୍କର ଟାଇଫୁନର ତାଣ୍ଡବ । ଶତାଧିକ ମୃତ । ୩ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି

By

Published : Dec 19, 2021, 8:32 PM IST

ମନିଲା:ଫିଲିପାଇନ୍ସରେ ସୁପର ଟାଇଫୁନ(ଘୁର୍ଣ୍ଣିଝଡ)ର ତାଣ୍ଡବ ଦେଖିବାକୁ ମିଳିଛି । ଏଥିରେ ପ୍ରାୟ ଶତାଧିକ ପ୍ରାଣ ହରାଇଥିବାବେଳେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି ।

ଫିଲିପାଇନ୍ସରେ ଭୟଙ୍କର ଟାଇଫନ, ୧୦୦ରୁ ଉର୍ଦ୍ଧ୍ବ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଟାଇଫୁନ ସମ୍ପର୍କରେ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୯୦ କିଲୋମିଟର ରହିଥିବା ରେକର୍ଡ କରାଯାଇଛି । ଫିଲିପାଇନ୍ସ ଏକ ଦ୍ବୀପପୂଞ୍ଜର ସମୂହ ହୋଇଥିବା ବେଳେ ଏହି ଟାଇଫୁନରେ ଏକାଧିକ ଦ୍ବୀପ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଅନେକ ଅଞ୍ଚଳରେ ଯୋଗାଯୋଗ ଏବଂ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘର ଭାଙ୍ଗିଛି, ବିଦ୍ୟୁତ୍ ପୋଲ ଭାଙ୍ଗିଯାଇଛି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଫିଲିପାଇନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ବୋହୋଲର ଗଭର୍ଣ୍ଣର ଆର୍ଥର ୟାପ ଟାଇଫୁନ ସମ୍ପର୍କରେ ତାଙ୍କ ଫେସବୁକ ପେଜରେ ସୂଚନା ଦେଇଛନ୍ତି । ପ୍ରଭାବିତ ଦ୍ୱୀପପୁଞ୍ଜର ମେୟରମାନେ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 72 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସର୍ବଶେଷ ସରକାରୀ ଆକଳନ ଅନୁଯାୟୀ ଫିଲିପାଇନ୍ସ ଦେଶର ବିଭିନ୍ନ ସ୍ଥାନରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୮ ବୋଲି ଆକଳନ କରାଯାଇଛି ।

ସେହିପରି ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସେନା, ପୋଲିସ, କୋଷ୍ଟଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଖାଦ୍ୟ, ଜଳ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ପରିବହନ ଜାରି ରହିଥିବା ବେଳେ ପୁନଃଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଫିଲିପାଇନ୍ସ ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details