ଓଡିଶା

odisha

ETV Bharat / bharat

କୋରୋନାରେ ବାପା ମା'ଙ୍କୁ ହରାଇଥିବା ପିଲାଙ୍କୁ ମିଳିବ 5 ହଜାର ସହ ମାଗଣା ଶିକ୍ଷା - ମଧ୍ୟପ୍ରଦେଶ ସରକାର

ରାଜ୍ୟରେ କୋରୋନାର ପ୍ରକୋପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ନିଜ ବାପା ମା'ଙ୍କୁ ହରାଇଥିଲା ପିଲାଙ୍କୁ ପେନସନ ଯୋଗାଇବେ ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ...

କୋରୋନାରେ ବାପା ମା'ଙ୍କୁ ହରାଇଥିବା ପିଲାଙ୍କୁ ମିଳିବ 5 ହଜାର ସହ ମାଗଣା ଶିକ୍ଷା
କୋରୋନାରେ ବାପା ମା'ଙ୍କୁ ହରାଇଥିବା ପିଲାଙ୍କୁ ମିଳିବ 5 ହଜାର ସହ ମାଗଣା ଶିକ୍ଷା

By

Published : May 14, 2021, 4:39 PM IST

ଭୋପାଳ: ଦେଶରେ ମହାମାରୀ କୋରୋନାର ଭୟାବହତା । ଅନେକ ପ୍ରାଣ ନେଇ ସାରିଲାଣି ଅଦୃଶ୍ୟ ଭୂତାଣୁ । କିଏ ନିଜ ବାପାକୁ ହରାଇଛି ତ ଆଉ କାହାର ମୁଣ୍ଡ ଉପରୁ କୋରୋନା ଛଡାଇନେଇଛି ମା'ର ପଣତ । କୁନି କୁନି କଅଁଳ ଶିଶୁଙ୍କୁ ମାହମାରୀ କରିଦେଇଛି ବାପା ମା' ଛେଉଣ୍ଡ । ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ମଧ୍ୟପ୍ରଦେଶ ସରକାର ।

ରାଜ୍ୟରେ କୋରୋନାର ପ୍ରକୋପ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ନିଜ ବାପା ମା'ଙ୍କୁ ହରାଇଥିଲା ପିଲାଙ୍କୁ ପେନସନ ଯୋଗାଇବେ ମଧ୍ୟପ୍ରଦେଶ ସରକାର । କୋରୋନାରେ ପ୍ରାଣ ହରାଇଥିବା ପରିବାର ଶିଶୁଙ୍କୁ ପ୍ରତିମାସ 5000 ଟଙ୍କା ପେନସନ ଓ ତାଙ୍କ ଶିଶୁଙ୍କୁ ମାଗଣା ଶିକ୍ଷାଦାନ ନେଇ ଘୋଷଣା କରିଥନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାମ କରିବାକୁ ଚାହୁଁଥିବା ଲୋକଙ୍କୁ ରାଜ୍ୟ ସରକାର ଋଣ ମଧ୍ୟ ପ୍ରଦାନ କରିବେ । ଯେଉଁମାନେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରୀ ଗ୍ୟାରେଣ୍ଟିରେ ଆମେ ଏହି ପରିବାରମାନଙ୍କୁ ଋଣ ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ABOUT THE AUTHOR

...view details