ଓଡିଶା

odisha

ETV Bharat / bharat

Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ - ରାଜ୍ୟସଭା ମୁଲତବୀ

ପୁଣି ବିଶୃଙ୍ଖଳିତ ଆଚରଣ ପଡିଲା ମହଙ୍ଗା । 19 ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି । TMC ର ସର୍ବାଧିକ 7 ସଦସ୍ୟ ଥିବା ସୂଚନା । ସପ୍ତାହ ମଧ୍ୟରେ କୌଣସି କାର୍ଯ୍ୟ ଦିବସରେ ହୋଇପାରିବେ ନାହିଁ ସାମିଲ । ଗତକାଲି ମଧ୍ୟ ନିଲମ୍ବିତ ହୋଇଥିଲେ କଂଗ୍ରେସର 4 ଲୋକସଭା ସାଂସଦ । ଅଧିକ ପଢନ୍ତୁ

Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ
Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

By

Published : Jul 26, 2022, 3:35 PM IST

ନୂଆଦିଲ୍ଲୀ:ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବିରୋଧୀ ଦଳର 19 ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଏହି ସାଂସଦମାନଙ୍କୁ ଚଳିତ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ସାଂସଦମାନେ ଚଳିତ ସପ୍ତାହରେ ହେବାକୁ ଥିବା ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ TMC ସାଂସଦ ସୁସ୍ମିତା ଦେବ, ଡ.ଶାନ୍ତନୁ ସେନ୍ ଏବଂ ଡୋଲା ସେନ୍, ଶାନ୍ତା ଛେତ୍ରୀ, ଅବିର ରଞ୍ଜନ ବିଶ୍ବାସ, ମୌସମ୍ ନୁର, ମୋହମ୍ମଦ ଅବଦୁଲ୍ଲା ପ୍ରମୁଖ ରହିଛନ୍ତି । ଗତାକାଲି ମଧ୍ୟ ସମାନା କାରଣ ପାଇଁ କଂଗ୍ରେସର 4ଜଣ ଲୋକସଭା ସାଂସଦଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

4 କଂଗ୍ରେସ ସାଂସଦମାନେ ଗତକାଲି ନିଲମ୍ବିତ ହେବା ପରେ ସଂସଦ ପରିସରରେ ଧାରଣା ଦେବା ସହ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଥିଲେ । ଅନ୍ୟ କିଛି ବିରୋଧୀ ସାଂସଦ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ଏହି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ତେବେ ତାର ମାତ୍ର ଗୋଟିଏ ଦିନ ପରେ ପୁଣି ସମାନ କାରଣ ପାଇଁ ଏକାଧିକ ବିରୋଧୀ ସାଂସଦଙ୍କ ଉପେରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ଚଳିତ ଅଧିବେଶନ ଆରମ୍ଭରୁ ଦରଦାମ ଓ GST ଦର ବୃଦ୍ଧି ନେଇ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ସରକାରଙ୍କୁ କ୍ରମାଗତ ଘେରିବାରେ ଲାଗିଛନ୍ତି । ସରକାର ଗୃହରେ କାହଁକି ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details