ନୂଆଦିଲ୍ଲୀ:ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା । ୨ ଦିନର ବିରତି ପରେ ବି ବିରୋଧୀ ଲୋକଙ୍କ ସମସ୍ୟା ବୁଝିବାରେ ଅସମର୍ଥ ଆଉ ସରକାର ମଧ୍ୟ ବିରୋଧୀଙ୍କୁ ବୁଝାଇବାରେ ବିଫଳ । ଯାହାକୁ ନେଇ ଆଜି ମଧ୍ୟ ସଂସଦ ମୌସୁମୀ ଅଧିବେଶନର ଏକାଦଶତମ ଦିବସ ଧୋଇ ଯାଇଛି । ବିରୋଧୀ ଆଜି ସଂସଦରେ ପେଗାସସ ଝଡକୁ ନେଇ ତୁମ୍ବିତୋଫାନ କରିଥିବା ବେଳେ, ରାଜ୍ୟସଭାରେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିକୁ ପ୍ରସଙ୍ଗ କରି ବିରୋଧୀ ଘେରିଲେ ସରକାରଙ୍କୁ ।
ଆଜି ଲୋକସଭା ଆରମ୍ଭ ହେବା କ୍ଷଣି ବାଚସ୍ପତି ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେପି ପିଭି ସିନ୍ଧୁ୍ଙ୍କୁ ସଂସଦ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ପରେ ସଂସଦର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ବିରୋଧୀଙ୍କ ହଙ୍ଗାମା ହୋହଲ୍ଲା । ଅନେକ ପ୍ରୟାସ ସତ୍ତ୍ବେ ବିରୋଧୀ ନିଜ ନିଜ ଆସନରେ ଛିଡା ହୋଇ ଲୋନକୁ ଆସି ବିରୋଧ କରିଥିଲେ । ହୋହଲ୍ଲା ମଧ୍ୟରେ ଗୃହ ୪୦ ମିନିଟ ଚାଲିବ ପରେ ପ୍ରଥମେ ବାଚସ୍ପତି ମଧ୍ୟାହ୍ନ ୧୨ ଟା ଓ ପରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।