ଓଡିଶା

odisha

ETV Bharat / bharat

Monsoon session: ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ - ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଅଧିକ ପଢନ୍ତୁ

ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ
ଜୁଲାଇ ୨୦ରୁ ସଂସଦ ମୌସୁମୀ ଅଧିବେଶନ

By

Published : Jul 1, 2023, 2:22 PM IST

ନୂଆଦିଲ୍ଲୀ:ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । ଅଗଷ୍ଟ ୧୧ ତାରିଖ ଯାଏଁ ଅଧିବେଶନ ଚାଲିବ । ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ । ଏନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ମୌସୁମୀ ଅଧିବେଶନରେ ଫଳପ୍ରଦ ଆଲୋଚନା ପାଇଁ ସବୁ ଦଳକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି । ନୂତନ ସଂସଦ ଭବନ ଗୃହରେ ଅଧିବେଶନ ବସିପାରେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ୍ କରିଛନ୍ତି ଯେ, ମୌସୁମୀ ଅଧିବେଶନ ୨୦୨୩ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୩ ଦିନ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟଦିବସ ବା ସିଟିଂ ରହିବ । ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ତଥା ଗଠନମୂଳକ ଆଲୋଚନା ପାଇଁ ସହଯୋଗ କରିବାକୁ ସବୁ ଦଳକୁ ନିବେଦନ । ତେବେ ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଏଥର ଗୃହ ବେଶ୍ ସରଗରମ ରହିବ ବୋଲି ଆଶା କରାଯାଉଛି । ବିରୋଧି ଦଳ ଗୁଡିକ ଏକାଠି ହୋଇଥିବା ବେଳେ ମଣିପୁର ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ । ସେହିପରି ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତା (UCC) ବିଲ୍ ଆଣିପାରନ୍ତି ।

ଏହାମଧ୍ୟ ପଢନ୍ତୁ: India-China Relation: 'ଭାରତର ଅଖଣ୍ଡତାକୁ ଉଲ୍ଲଙ୍ଘନ କରିଛି ଚୀନ, ଉଚିତ ଜବାବ ଦେଇଛୁ'

ଯାହା ସୂଚନା ମିଳିଛି, ପୁରୁଣା ବିଲ୍ଡିଂରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ପରେ ଏହା ନୂତନ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଯିବ । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ମେ' ୨୮ରେ ନୂଆ ସଂସଦ ଭବନ ଉଦଘାଟନ ହୋଇଥିଲା । ମୌସୁମୀ ଅଧିବେଶନରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ ଉଠିପାରେ । କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ଶାସନ କ୍ଷମତା ନିୟନ୍ତ୍ରଣ କରିବାକୁ ଆଣିଥିବା ଅଧ୍ୟାଦେଶ ବିଲ୍ ଆକାରରେ ଉପସ୍ଥାପନ କରିପାରନ୍ତି । ଯାହାକୁ ନେଇ ବର୍ତ୍ତମାନ ସମୟରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଲାଗି ରହିଛି । କେଜ୍ରିୱାଲ ସରକାର ଏହି ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Uniform Civil Code: ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁ ହେବ UCC

ଏହାମଧ୍ୟ ପଢନ୍ତୁ: Delhi Ordinance: କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର

ABOUT THE AUTHOR

...view details