ଓଡିଶା

odisha

ETV Bharat / bharat

Monsoon Session: ରାଜ୍ୟସଭାରେ ୫୦ ଘଣ୍ଟା ୨୧ମିନିଟ ବରବାଦ୍‌ - ଉଚ୍ଚ ସଦନ

ଚଳିତ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ରାଜ୍ୟସଭାରେ କାର୍ଯ୍ୟ ସମ୍ପାଦନକୁ ନେଇ ଆସିଲା ତଥ୍ୟ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଚ୍ଚ ସଦନର ୫୦ ଘଣ୍ଟା ୨୧ମିନିଟ ବରବାଦ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 11, 2023, 9:46 PM IST

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ ଉଚ୍ଚ ସଦନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବରବାଦ୍‌ ହୋଇଛି ମୋଟ ୫୦ ଘଣ୍ଟା ୨୧ମିନିଟ । ଆଜି ଚଳିତ ବର୍ଷର ମୌସୁମୀ ଅଧିବେଶନର ଶେଷ ହୋଇଥିବା ବେଳେ ଏହି ତଥ୍ୟ ସାମ୍ନାକୁ ଆସୁଛି । ବିଶେଷ କରି ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ଯୋଗୁଁ ସ୍ବାଭାବିକ ଚାଲିପାରିନଥିଲା ଗୃହ । ଫଳରେ ବାରମ୍ବାର ଗୃହକୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମୁଲତବୀ ଘୋଷଣା କରିଥିଲେ ।

ଉଚ୍ଚ ସଦନରେ ମୌସୁମୀ ଅଧିବେଶନ ଗତ ଜୁଲାଇ ୨୦ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଜି (ଅଗଷ୍ଟ ୧୧)ତାରିଖରେ ଶେଷ ହୋଇଥିଲା । ଏହି ଅଧିବେଶନରେ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଉଭୟ ସଦନରେ ସଦସ୍ୟମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ନାକେଦମ ହୋଇଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ କ୍ରମାଗତ ଭାବେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବାରମ୍ବାର ଉଭୟ ସଦନକୁ ମୁଲତବୀ ଘୋଷଣା କରାଯାଇଥିଲା । ଯାହାଦ୍ବାରା ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଏହା ବି ପଢନ୍ତୁ- Parliament Monsoon Session: ସରିଲା ଅଧିବେଶନ, ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ ରହିଥିଲା ମଣିପୁର ହିଂସାକାଣ୍ଡ । ବିରୋଧୀମାନେ ଏହାକୁ ମୁଦ୍ଦା କରି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ଭଙ୍ଗ କରିବା ଲାଗି ବିରୋଧୀ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । ମଣିପୁର ପ୍ରସଙ୍ଗରେ ଶେଷରେ କଂଗ୍ରେସ ସାଂସଦ ଗୌରବ ଗୋଗେଇ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ସ୍ଥିତି ଏପରି ହୋଇଥିଲା ଯେ ବିରୋଧୀମାନେ ବାଚସ୍ପତି ଓମ ବିର୍ଲାଙ୍କ ନିର୍ଦ୍ଦେଶକୁ ନ ମାନିବାରୁ ଏକଦା ବିର୍ଲା ସଦନକୁ ଫେରିବା ଲାଗି ମନା କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସଦସ୍ୟମାନେ ଅନୁରୋଧ କରିବା ପରେ ବିର୍ଲା ଗୃହକୁ ଫେରିଥିଲେ ।

ଏହା ବ୍ୟତୀତ ଚଳିତ ମୌସୁମୀ ଅଧିବେଶନରେ ଉଭୟ ସଦନରେ ଏନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ମଧ୍ୟ ପାରିତ ହୋଇଛି। ଅଧିବେଶନ ଶେଷ ହେବା ପରେ ଏ ନେଇ ଏକ ପ୍ରେସ ରିଲିଜ ଜାରି କରିଥିଲେ ଅଧ୍ୟକ୍ଷ ଧନଖଡ଼ । ଅଧିକାଂଶ ସମୟ ଉଚ୍ଚ ସଦନକୁ ମୁଲତବୀ ଘୋଷଣ କରିଥିବାରୁ ଏଥିଲାଗି ଦୁଃଖ ପ୍ରକାଶ କରିଥିଲେ ଧନଖଡ଼ । ସଦସ୍ୟମାନେ ତାଙ୍କ ଅପିଲ୍‌କୁ ମାନିନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ସେପଟେ ମହିଳା ସଦସ୍ୟଙ୍କ ଆଚରଣକୁ ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି ଅଧ୍ୟକ୍ଷ ଧନଖଡ଼ । ସେମାନେ ସଠିକ ଭାବେ ନିଜ ପ୍ରତିକ୍ରିୟା ଉପସ୍ଥାପନ କରିଥିଲେ ବୋଲି ଧନଖଡ଼ କହିଛନ୍ତି ।

ABOUT THE AUTHOR

...view details