ଓ୍ବାଶିଂଟନ: କୋଭିଡ ପରେ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇବାରେ ଲାଗିଲାଣି ମଙ୍କିପକ୍ସ । ଗୋଟିଏ ପରେ ଟୋଟିଏ ପ୍ରାୟ 70ଟି ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପୁଣି ଚିନ୍ତା ଓ ଆଶଙ୍କା ମଧ୍ୟ ବଢିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମଙ୍କିପକ୍ସକୁ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଦେଶମାନେ ନିଜ ଆଡୁ ସତର୍କତା ଅବଲମ୍ବନ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି ।
Monkeypox: 70 ଦେଶକୁ ବ୍ୟାପିଲାଣି ସଂକ୍ରମଣ, ବୈଶ୍ୱିକ ଏମରଜେନ୍ସି ଘୋଷଣା କଲା WHO - ମଙ୍କିପକ୍ସକୁ ବିଶ୍ବ ଏମୋରଜେନ୍ସି ଘୋଷିତ
ଚିନ୍ତା ବଢାଉଛି ମଙ୍କିପକ୍ସ । ଏପର୍ଯ୍ୟନ୍ତ 70 ଦେଶରେ ସଂକ୍ରମିତ ହେଲେଣି ଚିହ୍ନଟ । ବୈଶ୍ବିକ ଏମରଜେନ୍ସି ଘୋଷଣା କଲା WHO । ଅଧିକ ପଢନ୍ତୁ
କେନ୍ଦ୍ର ଓ ପଶ୍ଚିମ ଆଫ୍ରିକୀୟ ଦେଶରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ତେବେ ଏହା ଏବେ ପ୍ରାୟ 70 ଦେଶକୁ ବ୍ୟାପି ସାରିଲାଣି । ଏହି ସବୁ ଦେଶଗୁଡିକରେ ଲକ୍ଷଣଯୁକ୍ତ ସଂକ୍ରମିତଙ୍କ ଠାରୁ ସଂଗୃହିତ ନମୂନା ପରୀକ୍ଷା ପରେ ସେମାନେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ବର୍ତ୍ତମାନର ଅବସ୍ଥାରେ ଆହୁରି ଦୃତ ସଂକ୍ରମଣଶୀଳ ଭାବେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ସଂକ୍ରମଣ ରୋକିବା ଲାଗି ଦେଶମାନେ ନିଜ ଆଡୁ ସମସ୍ତ ପୂର୍ବ ପ୍ରସ୍ତୁତି କରିବା ସହ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ମଧ୍ୟ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ