ଓଡିଶା

odisha

ETV Bharat / bharat

ସମୁଦ୍ର ମଝିରେ ଫସିଥିଲା ମାଙ୍କଡ, ୩ ମାସ ପରେ ଉଦ୍ଧାର କଲା ଟିମ - ସମୁଦ୍ର ମଝିରେ ଫସିଥିଲା ମାଙ୍କଡ

ଦୀର୍ଘ ୩ ମାସ ହେବ ଦୁର୍ଭାଗ୍ୟବଶତଃ ସମୁଦ୍ର ମଝିରେ ଫସିଥିଲା ମାଙ୍କଡ । ଯେଉଁଆଡେ ଚାହିଁଲେ ସମୁଦ୍ରର ଅକାତକାତ ପାଣି । କେମିତି ସେଠୁ ମୁକୁଳିବ ଆଉ ତା ଜୀବନ ସ୍ବାଭାବିକ ହେବ ତାହା ହିଁ ଚିନ୍ତା କରୁଥିଲା । ଆମେ କହୁଛୁ ତାମିଲନାଡୁର ପୂର୍ବ ଗୋଦାବରୀ କାକିନନ୍ଦା ହାରବୋରେ ଫସିରହିଥିବା ଏକ ମାଙ୍କଡ କଥା । ଅଧିକ ପଢନ୍ତୁ

୩ ମାସ ପରେ ଉଦ୍ଧାର କଲା ଟିମ
୩ ମାସ ପରେ ଉଦ୍ଧାର କଲା ଟିମ

By

Published : Mar 28, 2022, 10:19 AM IST

Updated : Mar 28, 2022, 11:07 AM IST

ଚେନ୍ନାଇ:ଗଛର ଏ ଡାଳରୁ ସେ ଡାଳକୁ ଡେଇଁବା କଥା । ହେଲେ ଦୀର୍ଘ ୩ ମାସ ହେବ ଦୁର୍ଭାଗ୍ୟବଶତଃ ସମୁଦ୍ର ମଝିରେ ଫସି ଯାଇଥିଲା । ଯେଉଁଆଡେ ଚାହିଁଲେ ସମୁଦ୍ରର ଅକାତ ପାଣି । କେମିତି ସେଠୁ ମୁକୁଳିବ ଆଉ ତା ଜୀବନ ସ୍ବାଭାବିକ ହେବ ତାହା ହିଁ ଚିନ୍ତା କରୁଥିଲା । ଆମେ କହୁଛି ତାମିଲନାଡୁର ପୂର୍ବ ଗୋଦାବରୀ କାକିନନ୍ଦା ହାରବୋରେ ଫସିରହିଥିବା ଏକ ମାଙ୍କଡ କଥା । ଯାହାକୁ ୩ ମାସ ପରେ ଉଦ୍ଧାର କରାଯାଇଛି ।

ସମୁଦ୍ର ମଝିରେ ଫସିଥିଲା ମାଙ୍କଡ

ତିନି ମାସ ହେବ ମାଙ୍କଡଟି ସେଠାରେ କିପରି ଫସିଲା କାରଣ ଜଣା ପଡିନାହିଁ । ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଥିବା ମତ୍ସଜୀବୀ ମାଙ୍କଡଟିକୁ କିଛି ଖାଇବାକୁ ଦିଅନ୍ତି । ମତ୍ସ୍ୟଜୀବୀମାନେ ପ୍ରାକସାମ ଜିଲ୍ଲା କୋଥାପାନମରେ କାର୍ଯ୍ୟ କରୁଥିବା ଏକ ଅଣ-ପଶୁ ସଂଗଠନକୁ ଜଣାଇଥିଲେ । ସେମାନେ ଡଙ୍ଗାରେ ଆସି ମାଙ୍କଡଟିକୁ ଉଦ୍ଧାର କରିବା ପାଇଁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ପ୍ରଥମ ଦୁଇ ଦିନ ମାଙ୍କଡ଼ଟି ଫାଶରେ ପଡ଼ି ନଥିଲା । ହେଲେ ସେମାନେ ଚେଷ୍ଟା ଜାରି ରଖିଥିଲେ । ତୃତୀୟ ଦିନରେ ମାଙ୍କଡ଼ଟିକୁ କାବୁ କରି କୂଳକୁ ଆଣାଯାଇଥିଲା । ସେଠାରୁ ତାକୁ କାକିନାଡା ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବା ବେଳେ ଡିଆଁ ମାରି ଗଛ ଉପରକୁ ଚଢିଯାଇଥିଲା ମାଙ୍କଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 11:07 AM IST

ABOUT THE AUTHOR

...view details