ଓଡିଶା

odisha

By

Published : Mar 6, 2023, 7:20 AM IST

ETV Bharat / bharat

Monkey Attack: ମାଙ୍କଡ ଆକ୍ରମଣରେ ଛାତରୁ ଖସି ନାବାଳିକା ମୃତ

ଉତ୍ତରପ୍ରଦେଶର ବାଗପତରେ ମାଙ୍କଡ଼ ଆତଙ୍କ ଯୋଗୁଁ ନାବାଳିକାର ମୃତ୍ୟୁ । ଜଣେ 13 ବର୍ଷର ନାବାଳିକାକୁ ମାଙ୍କଡମାନେ ଆକ୍ରମଣ କରିଥିଲେ, ଏହି କାରଣରୁ ଝିଅଟି ଭୟଭୀତ ହୋଇ ନିଜକୁ ରକ୍ଷା କରିବା ପାଇଁ ଛାତରୁ ଖସିପଡି ଘଟଣାସ୍ଥଳରେ ପ୍ରାଣ ହରାଇଛି । ଅଧିକ ପଢନ୍ତୁ

Monkey Attack
Monkey Attack

ଲକ୍ଷ୍ନୌ: ମାଙ୍କଡ ଆକ୍ରମଣରେ ନାବାଳିକାଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଗପତରେ । ଛାତ ଉପରେ କାମ କରୁଥିବା ଜଣେ ନାବାଳିକାକୁ ହଠାତ୍ ମାଙ୍କଡମାନେ ଆକ୍ରମଣ କରିଥିଲେ । ମାଙ୍କଡ ଆକ୍ରମଣରେ ଗୁରୁତର ଆହତ ହୋଇ ନିଜକୁ ବଞ୍ଚାଇବା ପାଇଁ ଛାତରୁ ତଳେ ପଡ଼ିଯାଇଥିଲା ନାବାଳିକା ଜଣକ । ଛାତରୁ ଖସିଯିବା ଫଳରେ ଝିଅଟି ମୃତ୍ୟୁବରଣ ହୋଇଥିଲା । ନାବାଳିକା ଜଣକ ଅଜା ଘରେ ରହି ପାଠ ପଢୁଥିଲା ।

ବାଗପଦ ଜନପଦ ଛପରୋଲି ଥାନା ଅଞ୍ଚଳର ସିନୋଲି ଗାଁରେ ରହୁଥିବା 13ବର୍ଷୀୟ ଝିଅ ରିୟା ବାଗପତ । ଯିଏକି କୋତବାଲି ଅଞ୍ଚଳର ସରୁରପୁର କଲାଂ ଗାଁରେ ଅଜା ଘରେ ରହି ପାଠ ପଢୁଥିଲେ । ହେଲେ ସେ ଗତକାଲି(ରବିବାର) ସକାଳୁ ଛାତ ଉପରେ କିଛି କାମ କରୁଥିବା ବେଳେ ସେହି ସମୟରେ କିଛି ମାଙ୍କଡ ଆସି ନାବାଳିକାକୁ ଆକ୍ରମଣ କରିଥିଲେ । ଏନେଇ ସେ ଗୁରୁତର ହୋଇ ନିଜକୁ ବଞ୍ଚାଇବା ପାଇଁ ଛାତରୁ ତଳକୁ ଡେଇଁ ପଡିଥିଲେ । ହେଲେ ଘଟଣାସ୍ଥଳରେ ହିଁ ନାବାଳିକା ଜଣକ ମୃତ୍ୟୁବରଣ କରିଥିଲା ।

ଘଟଣାସ୍ଥଳରେ ସମ୍ପର୍କୀୟମାନେ ନାବାଳିକାକୁ ତଳେ ପଡିଥିବାର ଦେଖିଲେ ଏଥିସହ ଛାତ ଉପରେ ମାଙ୍କଡ ପଲ ମଧ୍ୟ ଛାତ ଉପରେ ବସିଥିଲେ । ଏନେଇ ସମ୍ପର୍କୀୟମାନେ ମୃତ ନାବାଳିକାର ଅନ୍ତିମ ସଂସ୍କାର କରିଥିଲେ । ସେପଟେ ମାଙ୍କଡ଼ମାନଙ୍କର ଆତଙ୍କ ବୃଦ୍ଧି ପାଉଥିବାରୁ ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ନାବାଳିକାର ମାମୁଁ ଶେଖର କହିଛନ୍ତି ଯେ, ଆମେ ଶୋଇଥିଲୁ, ଯେତେବେଳେ ଆମେ ଉଠିଲୁ, ସେତେବେଳେ ଦେଖିଲୁ ନାବାଳିକା ଜଣକ ତଳକ ପଡିଛି ଏବଂ ମାଙ୍କଡମାନେ ଛାତ ଉପରେ ବସିଛନ୍ତି । ମାଙ୍କଡମାନେ ଝିଅକୁ ଗୁରୁତର ଆହତ କରିଥିଲେ । ମୋ ସ୍ତ୍ରୀଙ୍କୁ ମଧ୍ୟ ମାଙ୍କଡ଼ମାନେ ଆହତ କରିଛନ୍ତି । ମାଙ୍କଡକୁ ନେଇ ଆମେ ଚିନ୍ତିତ । ତେଣୁ ଆମେ ଚାହୁଛୁଁ ମାଙ୍କଡମାନଙ୍କୁ ଆମ ଗାଁରୁ ନିଆଯାଉ । ତାହାଲେ ଗ୍ରାମବାସୀ ଶାନ୍ତିରେ ରହିପାରିବେ।

ସେହିପରି ଅନ୍ୟପଟେ ଗ୍ରାମର ସୁଭାଷ ନୈନ କହିଛନ୍ତି କି, ଆମ ଗାଁରେ ମାଙ୍କଡମାନଙ୍କର ଆତଙ୍କ ସୃଷ୍ଟି ହୋଇଛି । ମାଙ୍କଡମାନଙ୍କୁ ନେଇ ଗତ କିଛି ଦିନ ହେଲା ଏଭଳି କିଛି ଘଟଣା ସାମ୍ନାକୁ ଆସୁଛି । ଗ୍ରାମର କିଛି ମହିଳାଙ୍କୁ ମଧ୍ୟ ମାଙ୍କଡମାନେ ଆହତ କରିଛନ୍ତି । ନାବାଳିକାକୁ ବି ମାଙ୍କଡମାନେ ଆହତ କରିଥିଲେ ଯେଉଁଥିରେ ସେ ଡରିକି ଛାତରୁ ଡେଇଁପଡିଲା ଯାହାଦ୍ବାରା ଝିଅଟିର ମୃତ୍ୟୁ ଘଟିଲା । ଅନ୍ୟପଟେ ମାଙ୍କଡକୁ ନେଇ ଗତ କିଛିଦିନ ହେଲା ଅଭିଯୋଗ କରିବା ସତ୍ତ୍ବେ ଅଧିକାରୀମାନେ ଶୁଣୁନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details