ଓଡିଶା

odisha

ପୁଣି ମାଡିଲାଣି ମହାମାରୀ, ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ରାଜ୍ୟକୁ କେନ୍ଦ୍ରର ଚିଠି

By

Published : Jan 2, 2022, 10:42 AM IST

ବର୍ଷ ଆରମ୍ଭ ହେଉ ହେଉ କୋରୋନା ମହାମାରୀ ଆକ୍ରାତ୍ମକ ଭାବରେ ମାଡିଲାଣି । ଗତ ୨୪ ଘଣ୍ଟାରେ ୨୫ ହଜାର ପାଖାପାଖି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଲାଣି । ଏ ନେଇ କେନ୍ଦ୍ର ସରକାର ପୁଣି ସବୁ ରାଜ୍ୟଗୁଡିକୁ ଚିଠି ଲେଖି ସତର୍କ କରାଇଛନ୍ତି ।(moniter patients in home isolation set up makeshift hospital centre tells states) ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ରାଜ୍ୟକୁ କେନ୍ଦ୍ରର ଚିଠି
ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ:ବର୍ଷ ଆରମ୍ଭ ହେଉ ହେଉ କୋରୋନା ମହାମାରୀ ଆକ୍ରାତ୍ମକ ଭାବରେ ମାଡିଲାଣି । ଗତ ୨୪ ଘଣ୍ଟାରେ ୨୫ ହଜାର ପାଖାପାଖି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଲାଣି । ଯାହା ପୂର୍ବବର୍ଷ ତୁଳନାରେ ୩୫ ପ୍ରତିଶତ ଅଧିକ ବଢିଛି। ଏ ନେଇ କେନ୍ଦ୍ର ସରକାର ପୁଣି ସବୁ ରାଜ୍ୟଗୁଡିକୁ ଚିଠି ଲେଖି ସତର୍କ କରାଇଛନ୍ତି (moniter patients in home isolation set up makeshift hospital centre tells states) । ସଂକ୍ରମିତଙ୍କ ପାଇଁ ଅସ୍ଥାୟୀ ହସ୍ପିଟାଲ ଖୋଲିବା ସହ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଉପରେ ଅଧିକ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ସେ ଚିଠିରେ ଆହୁରି ଲେଖିଛନ୍ତି ପ୍ରତି ରାଜ୍ୟରେ ଜିଲ୍ଲା ଓ ଉପଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ହସ୍ପିଟାଲ ସ୍ଥାପନ ସହ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ତଦାରଖ ପାଇଁ ସ୍ବତନ୍ତ୍ର ଟିମ ଗଠନ କରିବା ଲାଗି ଚିଠିରେ ଲେଖାଯାଇଛି । ସମ୍ଭାବ୍ୟ କୋଭିଡ ମାମଲା ବୃଦ୍ଧିକୁ ଦେଖି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ । ଏହା ସହିତ କୋଭିଡ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବ୍ୟବସ୍ଥିତ କର ରଖିବା ଆବଶ୍ୟକ ବୋଲି ଚିଠିରେ ନିର୍ଦ୍ଦେଶ ହୋଇଛି ।

ଏହା ପୂର୍ବରୁ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ଆଇସିଏମଆର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ବବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିଠି ଲେଖି ୨୪ ଘଣ୍ଟିଆ ରାପିଡ ଆଣ୍ଟିଜେନ ଟେଷ୍ଟ ବୁଥ ଖୋଲି ସେଠାରେ ସ୍ବାସ୍ଥ୍ୟକର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଥିଲା । ସେହିପରି ଲକ୍ଷଣ ଥିବା ଲୋକଙ୍କୁ ହୋମ ଟେଷ୍ଟ କିଟ ବ୍ୟବହାର ଲାଗି ଉତ୍ସାହିତ କରିବାକୁ କୁହାଯାଇଥିଲା । ଗ୍ରାମାଞ୍ଚଳଗୁଡିକୁ ଅଧିକ ଫୋକସରେ ରଖିବାକୁ କୁହାଯାଇଛି । ଲକ୍ଷଣ ଦେଖାଗଲେ ସେମାନଙ୍କୁ ତୁରନ୍ତ କୋଭିଡ ପରୀକ୍ଷା ସହିତ ସଙ୍ଗରୋଧରେ ରହିବାକୁ କୁହାଯିବା ଦରକାର ବୋଲି ସମସ୍ତ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠିରେ ଲେଖାଯାଇଛି ।

ସଂକ୍ରମଣ ଧାରା ଯଦି ଏହିପରି ଜାରି ରୁହେ ତେବେ ଆସନ୍ତା ୭ ଦିନ ଭିତରେ ଦୈନିକ ମାମଲା ୧ ଲକ୍ଷ ପାର କରିବ । ପ୍ରତ୍ୟେକ ଦିନ ସଂକ୍ରମଣ ମାମଲା ୨୫ ପ୍ରତିଶତ ବଢୁଥିବାରୁ ଦିନକୁ ଲକ୍ଷେ ପାର ହେବା କିଛି ଅସମ୍ଭବ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଶେଷ ଥର ପାଇଁ ଗତ ନଭେମ୍ବର ୩୦ରେ ଏକ ଲକ୍ଷ ସକ୍ରିୟ ରୋଗୀ ରହିଥିଲେ । ଗତକାଲି ଦେଶରେ ଦିନକରେ ୨୨,୭୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଅକ୍ଟୋବର ପରଠୁ ସର୍ବାଧିକ । ତେଣୁ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।

For All Latest Updates

ABOUT THE AUTHOR

...view details