ଓଡିଶା

odisha

By

Published : Dec 24, 2021, 9:40 PM IST

ETV Bharat / bharat

SAD ବିଧାୟକ ବିକ୍ରମ ମାଜିଥିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ନିଶାକାରବାର ମାମଲାରେ ଫସିଥିବା ଶିରୋମଣି ଅକାଳି ବିଧାୟକ ବିକ୍ରମ ମାଜିଥିଆଙ୍କ (Shiromani Akali Dal MLA Bikram Singh Majithia) ଅଡୁଆ ବଢିଲା । ମିଳିଲାନି ଆଗୁଆ ଜାମିନ । ଅଧିକ ପଢନ୍ତୁ

Mohali Court dismisses Shiromani Akali Dal MLA Bikram Singh Majithia
SAD ବିଧାୟକ ବିକ୍ରମ ମାଜିଠିଆଙ୍କ ଅନ୍ତରୀଣ ଜାମିନ ଖାରଜ କଲା କୋର୍ଟ

ଚଣ୍ଡିଗଡ: ଡ୍ରଗ୍ସ ମାମଲାରେ ଫସିଥିବା ଶିରୋମଣି ଅକାଳି ବିଧାୟକ ବିକ୍ରମ ମାଜିଥିଆଙ୍କ (Shiromani Akali Dal MLA Bikram Singh Majithia) ଅଡୁଆ ବଢିଲା । ମିଳିଲାନି ଆଗୁଆ ଜାମିନ। ଅନ୍ତରୀଣ ଜାମିନ ଆବେଦନ କରିଥିଲେ କିନ୍ତୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି ।

ସୂଚନାଥାଉକି ବେଆଇନ ନିଶା କାରବାର ମାମଲାରେ (NDPS Act) ଫଶିଥିବା ଅକାଳି ବିଧାୟକଙ୍କୁ ବର୍ତ୍ତମାନ ଗିରଫ କରିବା ପାଇଁ ଖୋଜୁଛି ପଞ୍ଜାବ ପୋଲିସ।

ବିକ୍ରମ ମାଜିଠିଆଙ୍କ ଓକିଲ ଡି ଏସ ସୋବିତ ଗୁରୁବାର ଅନ୍ତରୀଣ ଜାମିନ ପାଇଁ ପିଟିସନ ଦାଖଲ କରିଥିଲେ। ନିଶା କାରବାର ସମ୍ପର୍କିତ ଏକ ମାମଲାର ସମ୍ମୁଖୀନ ହେଉଥିବା ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅକାଳି ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଜିଥିଆଙ୍କୁ ଜିଲ୍ଲା କୋର୍ଟରୁ ମଳିନଥିଲା ଜାମିନ । ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥି ସହିତ ବିକ୍ରମ ମାଜିଥିଆଙ୍କ ଓକିଲମାନେ କହିଛନ୍ତି ଯେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । କୋର୍ଟରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଏବଂ ସେ ଏହି ମାମଲାରେ ହାଇକୋର୍ଟରେ ଆଶ୍ରୟ ନେବେ ।

ବିକ୍ରମ ସିଂ ମାଜିଥିଆ ତାଙ୍କ ଓକିଲଙ୍କ ମାଧ୍ୟମରେ ଗୁରୁବାର ଦିନ CrPC ର ଧାରା 438 ଅନୁଯାୟୀ ଏକ ଜାମିନ ଆବେଦନ କରିଥିଲେ। ଅପରାହ୍ନରେ ଶୁଣାଣି ଶେଷ ହୋଇଥିଲା । ଏହା ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ରାତି ପ୍ରାୟ 6 ଟାରେ ଏହି ଆବେଦନ ଖାରଜ ହୋଇଯାଇଥିଲା । ବର୍ତ୍ତମାନ ଦେଶ ବାହାରକୁ ନ ଯିବା ପାଇଁ ପୋଲିସ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରିଛି । ସେପେଟେ ଏହାକୁ ନେଇ ପଞ୍ଜାବରେ ରାଜନୀତି ବଢିବାରେ ଲାଗିଛି। ଉଭୟ କଂଗ୍ରେସ ଓ ଆକାଳି ଦଳ ମଧ୍ୟରେ ଜୋରଦାର ରାଜନୀତି ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details