ଚଣ୍ଡିଗଡ: ପଞ୍ଜାବ ମୋଗାର ଲୋହାର ନିଟକରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଚାଲିଗଲା 5 ଜୀବନ । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆଜି(ଶୁକ୍ରବାର) ସକାଳ ପାଖାପାଖି 7ଟାରେ ଦୁଇଟି ବସ ପରସ୍ପର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି ।
ସୂଚନାଅନୁସାରେ, ଗୋଟିଏ ବସରେ କିଛି ଲୋକ ନବଜୋତ ସିଂ ସିଦ୍ଧୁଙ୍କ କଂଗ୍ରେସ ମୁଖ୍ୟ ହେବା ସମାରୋହରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଲୋହାରର ମୋଗା ଡିପୋର ଏକ ବସ ସହିତ ଧକ୍କା ହୋଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଦ୍ରୁତ ଗତିରେ ଓଭରଟେକ କରିବାରୁ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ 5 ଜଣ ଆଖି ବୁଜି ସାରିଛନ୍ତି ।