ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ରହିଛି ଅନେକ ହେବିଓ୍ବେଟଙ୍କ ନାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷ୍ଟାର ପ୍ରଚାରକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।
ବିଜେପି ଜାରି କଲା ୩୦ ଜଣିଆ ଷ୍ଟାର ପ୍ରଚାରକ, ତାଲିକାରେ ମୋଦି-ନଡ୍ଡା- ଶାହା ସେହିପରି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରହ୍ଲାଦ ଯୋଶୀ, ଦୁଶ୍ୟନ୍ତ କୁମାର ଗୌତମ, ମନ୍ତ୍ରୀ ସ୍ମୃତି ଇରାନୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ମନ୍ତ୍ରୀ ଭି.କେ ସିଂ, ମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ରାଜ୍ୟରେ ୭୦ ଟି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ତେବେ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି , ରାଜ୍ୟ ବିଜେପି ଅଧ୍ୟକ୍ଷ ମଦନ କୌଶିକ, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣା, ତ୍ରିବେନ୍ଦ୍ର ସିଂ ରାୱତ ଏବଂ ତିରଥ ସିଂ ରାୱତଙ୍କ ପରି ଉତ୍ତରାଖଣ୍ଡର ଟାଣୁଆ ବିଜେପି ନେତାମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ।
ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ ବିଜେପି କୋ ଇନଚାର୍ଜ ଦାୟିତ୍ୱରେ ଥିବା ରେଖା ବର୍ମା, ଲକେଟ୍ ଚାଟାର୍ଜୀ, ଆରପି ସିଂ, ରାଜ୍ୟ ସାଧାରଣ ସଚିବ ସଂଗଠନ ଅଜୟ କୁମାର, ସାଂସଦ ଅଜୟ ତମଟା, ମଲା ରାଜ୍ୟ ଲକ୍ଷ୍ମୀ ଶାହା, ଅଜୟ କୁମାର, ଅଜୟ ତାମଟା, ମାଲା ରାଜ୍ୟଲକ୍ଷ୍ମୀ ଶାହ, ନରେଶ ବଂଶଲ, ମନୋଜ ତିୱାରୀ, ନୟବ ସିଂ ସାଇନି, କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ବଳରାଜ ପାସି ମଧ୍ୟ ଷ୍ଟାର ପ୍ରଚାରକ ଭାବରେ ସ୍ଥାନ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ