ନୂଆଦିଲ୍ଲୀ: ନଭେମ୍ବର 30(ସୋମବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତ କରିବେ । ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀଙ୍କୁ ଅନେକ ପ୍ରକଳ୍ପର ଉପହାର ଦେବେ । ବାରଣାସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ରାଜପଥ-19ର ହଣ୍ଡିଆ (ପ୍ରୟାଗରାଜ)-ରାଜତାଲାବ (ବାରଣାସୀ)ର 6 ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପକୁ ଦେଶବାସୀଙ୍କୁ ଉତ୍ସର୍ଗ କରିବେ । ପ୍ରାୟ 72 କିଲୋମିଟର ଲମ୍ବା ରାସ୍ତାକୁ 6 ଟି ଲେନରେ ପରିଣତ କରାଯାଇଛି । ଏହି ରାସ୍ତାକୁ ପ୍ରଶସ୍ତ କରିବାରେ ପ୍ରାୟ 2447 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାସ୍ତାର ନିର୍ମାଣ ଦ୍ବାରା ପ୍ରୟାଗରାଜରୁ ବାରାଣାସୀ ପର୍ଯ୍ୟନ୍ତ ଦୂରତା କମିବ ।
ସୋମବାର ବାରଣାସୀ ଯିବେ ମୋଦି, ପାଳିବେ ଦେବ ଦୀପାବଳି
ନଭେମ୍ବର 30(ସୋମବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତ କରିବେ । ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀଙ୍କୁ ଅନେକ ପ୍ରକଳ୍ପର ଉପହାର ଦେବେ । ଅଧିକ ପଢନ୍ତୁ...
ବାରଣାସୀରେ ଦେବ ଦୀପାବଳି ମହୋତ୍ସବର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଂଶଗ୍ରହଣ କରିବେ । ସେ କାଶୀ ବିଶ୍ବନାଥ ମନ୍ଦିର କରିଡର ପ୍ରକଳ୍ପର ଅଂଶ ଗ୍ରହଣ କରିବେ ଏବଂ ସାରନାଥ ପ୍ରତ୍ନତାତ୍ତ୍ବିକ ସ୍ଥାନ ପରିଦର୍ଶନ କରିବେ । ସେଠାରେ ପିଏମ ମୋଦି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ଉପଭୋଗ କରିବେ ଯାହାକୁ ସେ ନିଜେ ଉଦଘାଟନ କରିଛନ୍ତି । ଏଥି ସହିତ ଦେବ ଦୀପାବଳି ବିଷୟରେ ଆଲୋଚନା କରି କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ପାଳନ କରିବେ । ସୋମବାର ପ୍ରଧାନମନ୍ତ୍ରୀ ବାରାଣାସୀର ରାଜ ଘାଟରେ ଦୀପ ଜାଳି ଏହି ଉତ୍ସବ ଆରମ୍ଭ କରିବେ । ଏହି ସମୟ ମଧ୍ୟରେ ବାରଣାସୀର ଗଙ୍ଗା ନଦୀର ଉଭୟ ପାର୍ଶ୍ବରେ 11 ଲକ୍ଷ ଦୀପ ଜଳାଯିବ ।
30 ନଭେମ୍ବର ପ୍ରଧାନମନ୍ତ୍ରୀ ବାରଣାସୀରେ ସାଢେ 6 ଘଣ୍ଟା ରହିବେ । ଏହି ସମୟ ମଧ୍ୟରେ ସେ ବାବା ବିଶ୍ବନାଥଙ୍କୁ ମଧ୍ୟ ଦର୍ଶନ କରିବେ । ଏଥିସହ ସେ ଗଙ୍ଗ ନଦୀରେ ଥିବା କ୍ରୁଜରୁ ଦେବ ଦୀପାବଳି ମଧ୍ୟ ଦେଖିବେ । ଏହାପୂର୍ବରୁ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରଣାସୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ପ୍ରସ୍ତୁତିର ଆକଳନ କରିଥିଲେ ।