ଗାନ୍ଧୀନଗର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରା ବେନ୍ ଆସନ୍ତାକାଲି(ଶନିବାର) ୧୦୦ ବର୍ଷରେ (100th birthday of Heeraben) ପାଦ ଥାପିବାକୁ ଯାଉଛନ୍ତି । ଏଥିଲାଗି ମୋଦି ଆଜି ଗୁଜୁରାଟ ଗସ୍ତ (Modi two days visit to Gujarat) କରିଛନ୍ତି । ଏହି ଗସ୍ତରେ ମୋଦି କିଛି ଯୋଜନାର ଲୋକର୍ପଣ ମଧ୍ୟ କରିବେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଥର ନିଜ ମାଆଙ୍କୁ ଭେଟିବା ଲାଗି ଗୁଜୁରାଟ ଗସ୍ତ କରିଛନ୍ତି । ସେ ମାଆଙ୍କ ସହିତ ମିଶିକି ଭୋଜନ କରିବା ସହ ଅତୀତ ସମ୍ପର୍କରେ ଆଲୋଚନା ମଧ୍ୟ କରନ୍ତି ।
ମୋଦି ଆଜି ରାତିରେ ଗାନ୍ଧୀନଗର ରାଜଭବନରେ ରହିବେ । ଜୁନ ୧୮ ତାରିଖ ବା ଆସନ୍ତାକାଲି ମୋଦି 'ମୁଖ୍ୟମନ୍ତ୍ରୀ ମାତୃଶକ୍ତି' ଯୋଜନାର ଲୋକର୍ପଣ କରିବେ । ଏହି ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ଜନ୍ମର ପ୍ରଥମ ହଜାର ଦିନ ମଧ୍ୟରେ ସଠିକ୍ ପୁଷ୍ଟିକର ଖାଦ୍ୟ ଦିଆଯିବ । ଏଥିସହ ପ୍ରଧାନମନ୍ତ୍ରୀ ଗୁଜୁରାଟର ସମସ୍ତ ଆଦିବାସୀ ଅଞ୍ଚଳରେ 'ପୋଷଣ ସୁଧା ଯୋଜନା'ର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୨୧ ହଜାର କୋଟି ଯୋଜନାର ଉଦଘାଟନ କରିବେ ।