ଓଡିଶା

odisha

ETV Bharat / bharat

Modi Surname Defamation Case: ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ - ରାହୁଲ ଗାନ୍ଧୀ

'ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁଲାଇ 21 ତାରିଖରେ ଗୁଜୁରାଟ ହାଇକୋର୍ଟଙ୍କ ବିରୋଧରେ ରାହୁଲ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଜୁଲାଇ 21ରେ ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
Modi Surname Defamation Case

By

Published : Jul 18, 2023, 11:38 AM IST

ନୂଆଦିଲ୍ଲୀ:ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ କଂଗ୍ରେସ ଦଳ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ମାମଲାର ଶୁଣାଣି କରି ଯାଚିକାକୁ ଗ୍ରହଣ କରିବା ସହ ଆସନ୍ତା ଜୁଲାଇ 21 ତାରିଖରେ ଆବେଦନର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ଏବଂ କଂଗ୍ରେସର ସିନିୟର ଲିଡର ଅଭିଷେକ ମନୁ ସିଙ୍ଘବୀଙ୍କ ପକ୍ଷରୁ ଏହି ଯାଚିକା ଦାଖଲ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଚଳିତ ମାସ (ଜୁଲାଇ) 7 ତାରିଖରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେସନ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ଗୁଜୁରାଟ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ରାହୁଲ ।

ଏହା ବି ପଢନ୍ତୁ...Modi Surname Defamation Case: ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାହୁଲ

2019 ମସିହାର ‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ଦଳର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ । ସର୍ବୋଚ୍ଚ କୋର୍ଟ ତାଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଇଥିଲେ ରାହୁଲ ଗାନ୍ଧୀ ।

ଏହା ବି ପଢନ୍ତୁ...Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ପ୍ରକାଶଥାଉ କି, 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ଉପନାମ ବା ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଏକ ମାମଲା ଦାଖଲ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରିବା ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା ନ୍ୟାୟାଳୟ ରାୟ ଶୁଣାଇଥିଲେ । ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ ଜିଲ୍ଲା ନ୍ୟାୟାଳୟ । 4 ବର୍ଷ ପୁରୁଣା ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଜେଲ ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ରାହୁଙ୍କୁ ବେଲ୍‌ ମିଳିଥିଲା । ତେବେ ଏହି ଦଣ୍ଡାଦେଶ ଯୋଗୁଁ ତାଙ୍କ ସାସଂଦ ପଦ ରଦ୍ଦ ହୋଇଥିଲା । ଏହାସହ ଦଣ୍ଡାଦେଶ କାୟମ ରହିଲେ ଆଇନ ମୁତାବକ ଆଗାମୀ ନିର୍ବାଚନ ଲଢ଼ି ପାରିବେନି ରାହୁଲ ଗାନ୍ଧୀ ।

ABOUT THE AUTHOR

...view details