ନୂଆଦିଲ୍ଲୀ: ଇନାଡୁ ଗ୍ରୁପ (Eenadu group)ର ପରିଚାଳନା ନିର୍ଦ୍ଦେଶକ (MD) ସିଏଚ କିରଣ, ମାର୍ଗଦର୍ଶୀ କମ୍ପାନୀ ପରିଚଳନା ନିର୍ଦ୍ଦେଶିକା ସିଏଚ ଶୈଳଜା ଏବଂ ରାମୋଜୀ ଫିଲ୍ମ ସିଟି ପରିଚଳନା ନିର୍ଦ୍ଦେଶିକା ସିଏଚ ବିଜୟଶ୍ବେରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଇନାଡୁ ଗ୍ରୁପ ପକ୍ଷରୁ 'ଆଜାଦୀ କା ଅମୃତ ମହୋତ୍ସବ' ଉପଲକ୍ଷେ ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରକାଶନ ତଥା ପୁସ୍ତକ 'The Immortal Saga - India's Struggle for Freedom' ର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହି ପୁସ୍ତକରେ ସ୍ବାଧୀନତା ସଂଗ୍ରାମର ମହାନ ବିପ୍ଲବୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।
Eenadu's Azadi Ka Amrit Mahotsav: ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଇନାଡୁ ଗ୍ରୁପର ସ୍ୱତନ୍ତ୍ର ପ୍ରକାଶନ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - ରାମୋଜୀ ଫିଲ୍ମ ସିଟି ଏମଡି ବିଜେୟଶ୍ବରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇନାଡୁ ଗ୍ରୁପ, ରାମୋଜୀ ଫିଲ୍ମ ସିଟି ଓ ମାର୍ଗଦର୍ଶୀ ପରିଚାଳନା ନିର୍ଦ୍ଦେଶକଙ୍କ ସୌଜନ୍ୟମୂଳକ ସାକ୍ଷାତକାର । ଏହି ଅବସରରେ ଇନାଡୁ ଗ୍ରୁପ ପକ୍ଷରୁ 'ଆଜାଦୀ କା ଅମୃତ ମହୋତ୍ସବ' ଉପଲକ୍ଷେ ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରକାଶନ ତଥା ପୁସ୍ତକ 'The Immortal Saga - India's Struggle for Freedom' ର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ
ଇନାଡୁ ଗ୍ରୁପର ଏହି ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ଖୁବ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,''ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏଭଳି ପ୍ରୟାସର ଆବଶ୍ୟକତା ରହିଛି । ସ୍ବାଧୀନତା ସଂଗ୍ରାମର ବିଶେଷତ୍ୱ ହେଲା ଏହି ସଂଗ୍ରାମରେ ସମାଜର ସବୁବର୍ଗର ଲୋକଙ୍କ ଜନଭାଗିଦାରୀ ଥିଲା । ଦେଶରେ କୋଣ ଅନୁକୋଣରେ ସ୍ବାଧୀନତା ସଂଗ୍ରାମୀ ରହିଛନ୍ତି । କିନ୍ତୁ ଏହି ସବୁ ଜନନାୟକଙ୍କୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ବିଶେଷ କିଛି କରାଯାଇ ପାରିନାହିଁ । ଏହି ପରିପ୍ରେକ୍ଷୀରେ ଇନାଡୁ ଗ୍ରୁପର ଏହି ପ୍ରଚେଷ୍ଟା ପ୍ରଶଂସନୀୟ ।''
ଏହାସହିତ ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମର ବୀର ବିପ୍ଲବୀମାନଙ୍କୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ କେତେକ ଉଦ୍ୟମ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଏଥିରେ ଦେଶରେ ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗ୍ରହାଳୟର ନିର୍ମାଣ ଅନ୍ତର୍ଭୁକ୍ତ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କରେ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ, ରାମୋଜୀ ରାଓଙ୍କ ସହ ପାରସ୍ପରିକ କାର୍ଯ୍ୟକୁ ମନେ ପକାଇବା ସହ ସମାଜ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କ (ରାମୋଜୀ ରାଓ) ଯୋଗଦାନକୁ ପ୍ରଶଂସା ମଧ୍ୟ କରିଛନ୍ତି ।
TAGGED:
Eenadu MD Kiron meets Modi