ଓଡିଶା

odisha

ETV Bharat / bharat

‘ଦେଶରେ ଗଣତନ୍ତ୍ର ଓ ଗାନ୍ଧୀବାଦୀ ମୂଲ୍ୟ ବିପଦରେ’ - କଂଗ୍ରେସ ନେତା କପିଲ ସିବଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ଦେଶରେ ଗଣତାନ୍ତ୍ରିକ ଓ ଗାନ୍ଧୀବାଦୀ ମୂଲ୍ୟ ବିପଦରେ ରହିଛି । ଅଧିକ ପଢନ୍ତୁ...

‘ଦେଶରେ ଗଣତନ୍ତ୍ର ଓ ଗାନ୍ଧୀବାଦୀ ମୂଲ୍ୟ ବିପଦରେ ’
‘ଦେଶରେ ଗଣତନ୍ତ୍ର ଓ ଗାନ୍ଧୀବାଦୀ ମୂଲ୍ୟ ବିପଦରେ ’

By

Published : Oct 3, 2021, 8:20 AM IST

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ଦେଶରେ ଗଣତାନ୍ତ୍ରିକ ଓ ଗାନ୍ଧୀବାଦୀ ମୂଲ୍ୟ ବିପଦରେ ରହିଛି । ବର୍ତ୍ତମାନ ସରକାର ମୋଦି ସରକାରଙ୍କ ଅଧିନରେ ରହିଛି । କେନ୍ଦ୍ର ସରକାର ଗଣତନ୍ତ୍ର ବାହାରେ କାମ କରୁଛି ବୋଲି ସେ କହିଛନ୍ତି । ଗିରିଶ ପଟେଲଙ୍କ ବାକ୍ଷ୍ୟାନ ‘ଇଣ୍ତିଆ ଇନ ଦ ଏଜ ଅଫ ମୋଦି’ ମଧ୍ୟ ଦେଇ ମୋଦିଙ୍କୁ କଟାକ୍ଷ କରିଛନ୍ତି ସିବଲ । ମୋଦି ଗଣତନ୍ତ୍ରର ନିୟମ ଅନୁସାରେ ଖେଳୁ ନାହାଁନ୍ତି । ଯାହାର ପରିଣାମ ଆଗାମୀ ପୀଢି ଉପରେ ପଡିବ ।

ଯଦି ତୁମ ପକେଟରେ ଅମ୍ପାୟାର ରହିବ ତମେ କିପରି କ୍ରିକେଟ ଖେଳିବ ବୋଲି ସେ କହିଛନ୍ତି । ଏହା ସହ ମୋଦିଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂଆ ଶିକ୍ଷାନୀତିକୁ ନେଇ ମଧ୍ୟ ସେ ବର୍ଷିଛନ୍ତି । ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଶିକ୍ଷାନୀତିକୁ ଗୋଟିଏ ଢାଞ୍ଚାରେ ଫିଟ କରିହେବ ନାହିଁ । ମୋଦି ଶିକ୍ଷାନୀତି ନିଜେ ଗ୍ରହଣ କରନ୍ତୁ । ଯଦି ତେମେ ଅରୁଣାଚଳ ପ୍ରଦେଶ ଓ ମହାରାଷ୍ଟ୍ରକୁ ଯାଉଛ । ସେଠାରେ ଭିନ୍ନ ଶିକ୍ଷା ନୀତି ପାଇବେ ।

ମୋଦି ସାରା ଦେଶରେ ଗୋଟିଏ ଶିକ୍ଷା ନୀତି ପ୍ରୟୋଗ କରିପାରିବେ ନାହିଁ ବୋଲି ସିବଲ କହିଛନ୍ତି । କେବଳ ସେତିନି ନୁହେଁ ବର୍ତ୍ତମାନର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶିକ୍ଷା ନୀତି ନୂଆ ନୁହେଁ ବୋଲି ସେ କହିଛନ୍ତି । ଶିକ୍ଷାନୀତି ପ୍ରକୃତରେ ଶିବଲଙ୍କ ଯୋଜନା ଥିଲା । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲା କେନ୍ଦ୍ର । ପରେ ଏ ନୀତିକୁ ଆପଣେଇ ସେ ନିଜର ଶିକ୍ଷାନୀତି ବୋଲି କହୁଛନ୍ତି । ଗଣତାନ୍ତ୍ରିକ ଦେଶରେ ଦେଶର ବିଭିନ୍ନ ଦୃଷ୍ଟି କୋଣକୁ ନେଇ ଚିନ୍ତା କରିବାକୁ ପଡିବ । କିନ୍ତୁ ମୋଦିଙ୍କ ସମସ୍ୟା ହେଉଛି ସେ ଅନ୍ୟମାନଙ୍କ ମତାମତ ଗ୍ରହଣ ନ କରି ନିଜ ଉଚ୍ଛାରେ ବିଭିନ୍ନ ଯୋଜନା କରୁଛନ୍ତି ।

@IANS

ABOUT THE AUTHOR

...view details