ଓଡିଶା

odisha

ETV Bharat / bharat

ଘରେ ବସି ଜିତନ୍ତୁ 15 ଲକ୍ଷ ! ମୋଦି ସରକାର ଆଣିଛନ୍ତି ସୁଯୋଗ - ଟ୍ୟାଗଲାଇନ

ଯଦି ଆପଣ ମଧ୍ୟ ଘରେ ବସି ଧନୀ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଏକ ସୁବର୍ଣ୍ଣ ସୁଯୋଗ । ଘରେ ବସି ଲକ୍ଷପତି ହେବାର ସୁଯୋଗ ଦେଇଛନ୍ତି ମୋଦି ସରକାର । ଏଥିପାଇଁ କେବଳ ଆପଣକୁ ଏକ ନାମ କିମ୍ବା ଲୋଗୋ ଓ ଟ୍ୟାଗଲାଇନ ଦେବାକୁ ପଡିବ । ଅଧିକ ପଢନ୍ତୁ...

ଘରେ ବସି ହୋଇପାରିବେ ଲକ୍ଷପତି; ମୋଦି ସରକାର ଦେଇଛନ୍ତି ସୁଯୋଗ, ଜାଣନ୍ତୁ କେମିତି...
ଘରେ ବସି ହୋଇପାରିବେ ଲକ୍ଷପତି; ମୋଦି ସରକାର ଦେଇଛନ୍ତି ସୁଯୋଗ, ଜାଣନ୍ତୁ କେମିତି...

By

Published : Jul 31, 2021, 10:48 PM IST

ଲକ୍ଷ୍ନୌ :ଘରେ ବସି ମଧ୍ୟ ଆପଣ ହୋଇପାରିବେ ମାଲାମାଲ । ଏହି ସୁଯୋଗ ଆଣି ଦେଇଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ଏକ ଅଭିଯାନ ଆପଣଙ୍କୁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ ଦେବ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କ ଏହି ଅଭିଯାନରେ ସାମିଲ ହେବାକୁ ସାଧାରଣ ନାଗରିକଙ୍କୁ କୁହାଯାଇଛି ।

ଏହି ଅଭିଯାନଟି ଡେଭଲପମେଣ୍ଟ ଫାଇନାନସିଆଲ ଇନଷ୍ଟିଚ୍ୟୁସନ ବାDFI ନିମନ୍ତେ ଉର୍ଦ୍ଧିଷ୍ଚ । ଏଥିରେ DFI ପାଇଁ ନାମ, ଟ୍ୟାଗଲାଇନ ଏବଂ ଲୋଗୋ ଦେବାକୁ ସାଧାରଣ ନାଗରିକଙ୍କୁ ଆହ୍ବାନ କରିଛି ଅର୍ଥମନ୍ତ୍ରଣାଳୟ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ହେବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରୂପେ ପ୍ରଦାନ କରାଯିବ । ଅର୍ଥାତ୍ ଜଣେ ଲୋକ ତିନୋଟି ଯାକ ନାମ, ଲୋଗୋ ଓ ଟ୍ୟାଗଲାଇନ ଦେଇ ମୋଟ 15 ଲକ୍ଷ ଟଙ୍କା ଜିତି ପାରିବେ ।

ଦେଶର ଭିତ୍ତିଭୂମି ସୁଦୃଢୀକରଣ ପାଇଁ DFI ଅନୁଷ୍ଠାନ ଏକ ଗେମ୍ ଚେଞ୍ଜର ଭାବେ ବିବେଚନା କରାଯାଏ । ଏଣୁ ଏହି କମ୍ପାନୀ ପାଇଁ ନାମ, ଲୋଗୋ ଓ ଟ୍ୟାଗଲାଇନ ଦେବାକୁ ସାଧରଣ ସ୍ତରରେ ଆହ୍ବାନ କରିଛନ୍ତି ସରକାର । ଏହାପାଇଁ ପ୍ରାଥମିକ ସ୍ତରରୁ ମନୋନୀତ କରାଯାଇଥିବା ଅଂଶଗ୍ରହଣକାରୀଙ୍କୁ 15 ଲକ୍ଷ ଯାଏଁ ନଗଦ ପୁରସ୍କାର ରାଶି ଦିଆଯିବ । ଏହାପୂର୍ବରୁ 2014 ମସିହାରେ ସରକାରଙ୍କ ପ୍ରମୁଖ ଜନଧନ ଯୋଜନା ନିମନ୍ତେ ନାମ ଚୟନ ପାଇଁ ଏଭଳି ଏକ ପ୍ରତିଯୋଗିତା କରାଯାଇଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ ଯୋଗେ କହିଛନ୍ତି ଯେ my gov indiaର ସହଯୋଗରେ DFI ର ନାମ, ଟ୍ୟାଗଲାଇନ ଓ ଲୋଗୋ ଚୟନ ପାଇଁ ଏକ ପ୍ରତିଯୋଗିତା ଘୋଷଣା କରାଯାଇଛି । ପ୍ରତ୍ୟେକ ଶ୍ରେଣୀରେ 5 ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ରାଶି ଦିଆଯିବ । ଏହି ନାମ, ଲୋଗ ଓ ଟ୍ୟାଗଲାଇନ ଦେବାର ଶେଷ ତାରିଖ ଅଗଷ୍ଟ 15 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details