ନୂଆଦିଲ୍ଲୀ: ମହାମାରୀ କୋରୋନାର କାୟା ବିସ୍ତାରକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର । ବନ୍ଦ ହୋଇଯାଇଥିଲା ଗାଡି ମୋଟର । ବଜାରରେ ଝୁଲିଥିଲା ତାଲା । ଘର ଦୁଆର ମୁହଁରୁ ବି ପାଦ କାଢିବା ଏକ ପ୍ରକାର ଅସମ୍ଭବ ହୋଇଯାଇଥିଲା । ଏହାରି ମଧ୍ୟରେ ଜନସାଧାରଣଙ୍କ ମନରୁ ଭୟ ଦୂର କରିବା ସହ ମନୋରଞ୍ଜନ ପାଇଁ ଟେଲିଭିଜନରେ ପୁନଃ ପ୍ରସାରିତ କରିଥିଲା ରାମାୟଣ ଓ ମହାଭାରତ ।
BARC ସୂଚନା, ଲକଡାଉନରେ ଭ୍ୟୁୟର୍ସ ରେଟିଙ୍ଗ୍ ବୃଦ୍ଧି କରିଥିଲେ ମୋଦି-ରାମାୟଣ - TV viewership
ପୌରାଣିକ କଥାବସ୍ତୁର ପ୍ରସାରଣ ଓ ମୋଦିଙ୍କ ଭାଷଣ ଟେଲିଭିଜନ ଭ୍ୟୁୟର୍ସସିପରେ ବୃଦ୍ଧି ଘଟିଥିବା BARC ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ପୌରାଣିକ କଥାବସ୍ତୁର ପ୍ରସାରଣ ଯୋଗୁଁ ଟେଲିଭିଜନ ଭ୍ୟୁୟରସିପରେ ବୃଦ୍ଧି ଘଟିଥିବା BARC ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜନତା କର୍ଫ୍ୟୁ ପରେ ଓ ତାଙ୍କ ଭାଷଣ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିଥିବା ବ୍ରୋଡକାଷ୍ଟ ଓଡିଏନ୍ସ ରିସର୍ଚ୍ଚ କାଉନସିଲ ପକ୍ଷରୁ କୁହାଯାଇଛି ।
ବ୍ରୋଡକାଷ୍ଟ ଓଡିଏନ୍ସ ରିସର୍ଚ୍ଚ କାଉନସିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମହାମାରୀ ସମୟରେ ଭାରତୀୟଙ୍କ ଦ୍ବାରା ଟେଲିଭିଜନ ଉପଭୋକ୍ତା ରେଟିଙ୍ଗ୍ 9 ପ୍ରତିଶତରୁ ବଢି ସାପ୍ତାହିକ 999 ବିଲିୟନ ଭିୟୁ ମିନିଟ ରହିଥିଲା । 2020ରେ ଦର୍ଶକ ପାଖାପାଖି ଗୋଟିଏ ଦିନରେ 4 ଘଣ୍ଟା 2 ମିନିଟ ଟେଲିଭିଜିନ ଦେଖୁଥିଲେ, ଯାହା କି 2019ରେ 2 ଘଣ୍ଟା 42 ମିନିଟ ରହିଥିଲା ।