ଓଡିଶା

odisha

ETV Bharat / bharat

ମୋଢେରା ଦେଶର ପ୍ରଥମ ସୋଲାର ଗାଁ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୋଢେରାକୁ ୨୪ ଘଣ୍ଟା ସୌର ଉର୍ଜାରେ ପରିଚାଳିତ ଗ୍ରାମ ଭାବରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Modhera first solar powered village) । ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗ୍ରାମ ହୋଇଛି ମୋଧେରା । ଅଧିକ ପଢ଼ନ୍ତୁ

modhera-first-solar-powered-village-of-india-announced-pm-modi
ସୌର ଉର୍ଜାରେ ପରିଚାଳିତ ଦେଶ ପ୍ରଥମ ଗ୍ରାମ ମୋଧେରା, ଘୋଷଣା କଲେ ପ୍ରଧାନମନ୍ତ୍ରୀ

By

Published : Oct 9, 2022, 9:42 PM IST

Updated : Oct 9, 2022, 10:48 PM IST

ଗାନ୍ଧୀନଗର:ମୋଢେରାକୁ ଦେଶର ପ୍ରଥମ ୨୪ ଘଣ୍ଟା ସୌର ଉର୍ଜାରେ ପରିଚାଳିତ ଗ୍ରାମ ଭାବରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Modhera first solar powered village) । ଗୁଜରାଟ ମେହସାନା ଜିଲ୍ଲାରେ ରହିଛି ଏହି ଗ୍ରାମ । ଏହାକୁ ନେଇ ମୋଧେରା ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଲୋକଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ସୂର୍ଯ୍ୟମନ୍ଦିର ପାଇଁ ଜଣାଶୁଣା ଥିଲା ମୋଢେରା ଗ୍ରାମ । ବର୍ତ୍ତମାନ ସମ୍ପୂର୍ଣ୍ଣ ସୌର ଉର୍ଜାରେ ପରିଚାଳିତ ଗ୍ରାମ ଭାବରେ ନୂତନ ପରିଚୟ ପାଇଛି । ସୌର ଶକ୍ତି ବ୍ୟବହାର ଦିଗରେ ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି ମୋଧେରା ଗ୍ରାମ । ବର୍ତ୍ତମାନ ଗ୍ରାମବାସୀଙ୍କୁ ବିଦ୍ୟୁତ ବ୍ୟବହାର ବାବଦକୁ କୌଣସି ଦେୟ ଦେବାକୁ ହେବନାହିଁ । ବର୍ତ୍ତମାନ ବିଦ୍ୟୁତ୍‌ ବିକ୍ରି ହେବ ଏବଂ ଏହାଦ୍ବାରା ଦେଶର ଅର୍ଥନୀତି ସୁଦୃଢ଼ ହେବ । ପୂର୍ବରୁ ସରକାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଉଥିଲେ । କିନ୍ତୁ ଘରେଘରେ ସୋଲାର ପ୍ୟାନେଲ୍‌ ବସାଇ ଲୋକେ ନିଜ ପାଇଁ ନିଜେ ବିଦ୍ୟୁତ ଉତ୍ପାଦନ କରୁଛନ୍ତି ।"

ମୋଢେରାରେ ଗ୍ରାମରେ ଥିବା ୧୦୦୦ ଘର ଛାତ ଉପରେ ସୋଲାର ପ୍ୟାନେଲ ଇନ୍‌ଷ୍ଟଲ୍‌ କରାଯାଇଛି । ଏହାଦ୍ବାରା ଲୋକଙ୍କୁ ମାଗଣାରେ ବିଦ୍ୟୁତ୍‌ ମିଳି ପାରୁଛି । ଏହାକୁ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଅକ୍ଷୟ ଶକ୍ତିର ବ୍ୟବହାର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ମୋଢେରା ଗ୍ରାମରେ ପ୍ରତିଫଳିତ ହୋଇଛି ।

ଏକ ଐତିହାସିକ ସ୍ଥଳୀ ଭାବରେ ମୋଢେରା ଜଣାଶୁଣା । ଦେଶର ପ୍ରଥମ ସୌର ଉର୍ଜା ପରିଚାଳିତ ଗ୍ରାମର ମାନ୍ୟତା ପାଇବା ସହ ଏଠାରେ ଥିବା ସୂର୍ଯ୍ୟ ମନ୍ଦିରରେ 3D ପ୍ରୋଜେକ୍ଟ ସୁବିଧା ଯୋଗାଇ ଦିଆଯାଇଛି । ସୌରଚାଳିତ ପ୍ରୋଜେକ୍ସନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିଛନ୍ତି । ଏହାଦ୍ବାରେ ଏଠାରେ ଥିବା ସୂର୍ଯ୍ୟମନ୍ଦିର ଇତିହାସ ବିଷୟରେ ଲୋକେ ଜାଣି ପାରିବେ ।

ଏକ ପ୍ରକଳ୍ପର ଅଂଶ ଭାବରେ ମୋଢେରା ସୂର୍ଯ୍ୟ ମନ୍ଦିର ଐତିହ୍ୟ କରିଡର ଆଲୋକୀକରଣ କରାଯାଇଛି । ଏହି ଐତିହ୍ୟ କରିଡରରେ ଏଣିକି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବୁଲି ପାରିବେ । ତା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ 3D ପ୍ରୋଜେକ୍ସନ୍‌ ସୋ ମଧ୍ୟ ହେବ ।

Last Updated : Oct 9, 2022, 10:48 PM IST

ABOUT THE AUTHOR

...view details