ହାଇଦ୍ରାବାଦ:ଅତିରିକ୍ତ ସୁପରସୋନିକ୍ ବ୍ରହ୍ମୋସ ମିସାଇଲ୍ ପାଇଁ ବ୍ରହ୍ମୋସ ଏରୋସ୍ପେଶ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (dual role surface to surface BrahMos missile) । ବାଏ ଇଣ୍ଡିଆନ କାଟାଗୋରୀରେ ଏହି ଚୁକ୍ତି କରାଯାଇଛି । ଏହି ଡୁଆଲ୍ ରୋଲ୍ ସୁପରସୋନିକ ମିସାଇଲ୍ ପାଇଁ ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ଼ କରିବା ସହ ଏହା ଭୂପୃଷ୍ଠରୁ ଆକାଶକୁ ମାଡ଼ କରିବାରା କ୍ଷମତା ରଖିଛି ଏହି ମିସାଇଲ୍ ।
ସାବଧାନ ଚୀନ-ପାକିସ୍ତାନ ! ନୌସେନାକୁ ମିଳିବ ଡୁଆଲ୍ ରୋଲ ବ୍ରହ୍ମୋସ - ବ୍ରହ୍ମୋସ ମିସାଇଲ୍ ଚୁକ୍ତି
ଅତିରିକ୍ତ ସୁପରସୋନିକ୍ ବ୍ରହ୍ମୋସ ମିସାଇଲ୍ ପାଇଁ ବ୍ରହ୍ମୋସ ଏରୋସ୍ପେଶ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (dual role surface to surface BrahMos missile ) । ଅଧିକ ପଢ଼ନ୍ତୁ
ଏହାକୁ ନେଇ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, "ଏହି ଡୁଆଲ୍ ରୋଲ୍ ସୁପରସୋନିକ ମିସାଇଲ୍ ଭାରତୀୟ ନୌସେନାରେ ସାମିଲ ହେବାପରେ ଏହାର ସାମରିକ କ୍ଷମତା ବୃଦ୍ଧି ପାଇବ ।"
ଭାରତ ଓ ଋଷିଆର ଏକ ମିଳିତ ମିସାଇଲ୍ ଉଦ୍ୟୋଗ ହେଉଛି ଏରୋସ୍ପେଶ୍ ପ୍ରାଇଭେଟ୍ ଲିମିଟେଡ୍ ( BAPL) । ଏହି କମ୍ପାନୀ ଦ୍ବାରା ବିକଶିତ ଡୁଆଲ୍ ରୋଲ୍ ସୁପରସୋନିକ ମିସାଇଲ୍ ବ୍ରହ୍ମୋସ । ଏହାର ରେଞ୍ଜ୍ ୨୯୦ କିମି ରହିଛି । ଶବ୍ଦର ଗତି ଭଳି ତିନି ଗୁଣା ଗତି ମାଡ଼ କରିବା କ୍ଷମତା ରଖିଛି ବ୍ରହ୍ମୋସ । ଏରୋସ୍ପେଶ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବ୍ରହ୍ମୋସର ତିନିଟି ଭାରିଏଣ୍ଟ୍ ବିକଶିତ କରିଛି । ଗୋଟିଏ ୨୯୦ କିମି ରେଞ୍ଜ୍ ରହିଛି । ସେହିଭଳି ଅନ୍ୟ ଏକ ମିସାଇଲ୍ର ରେଞ୍ଜ୍ ୩୫୦ରୁ ୪୦୦ କିମି ରହିଛି । ତୃତୀୟ ଭାରିଆଣ୍ଟ୍ର ରେଞ୍ଜ୍ ୮୦୦ କିମି ରହିଛି । ଯାହା ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି ।