ଓଡିଶା

odisha

ହୋଟଲରେ ମୋବାଇଲ ଛାଡ଼ିଲେ ଯୁବକ, ସାମନାକୁ ଆସିଲା ଅମାନୁଷିକ କାଣ୍ଡ

By

Published : Oct 30, 2022, 8:35 AM IST

ମହାରାଷ୍ଟ୍ର ଔରଙ୍ଗାବାଦର ଏକ ହୋଟେଲରେ ଭୁଲବଶତଃ ମୋବାଇଲ ଛାଡ଼ିଲେ ଯୁବକ । ସାମନାକୁ ଆସିଲା ଯୁବକଙ୍କ ଅମାନୁଷିକ କାଣ୍ଡ । ଅଧିକ ପଢନ୍ତୁ

ହୋଟଲରେ ମୋବାଇଲ ଛାଡ଼ିଲେ ଯୁବକ, ସାମନାକୁ ଆସିଲା ଅମାନୁଷିକ କାଣ୍ଡ
ହୋଟଲରେ ମୋବାଇଲ ଛାଡ଼ିଲେ ଯୁବକ, ସାମନାକୁ ଆସିଲା ଅମାନୁଷିକ କାଣ୍ଡ

ମୁମ୍ବାଇ:ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ଯୁବକ ମଦ ନିଶାରେ ହୋଟେଲରେ ନିଜ ମୋବାଇଲ ଛାଡ଼ିଥିଲେ । ତାଙ୍କ ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଅମାନୁଷିକ କାଣ୍ଡ ସାମନାକୁ ଆସିଛି (Shocking incident of man was revealed )। ଯୁବକ ଜଣକ ଏକ କୁକୁର ସହିତ ଅପ୍ରାକୃତିକ କାର୍ଯ୍ୟ କରୁଥିବାର ନଜର ଆସିଛି । ତେବେ ଏ ନେଇ ଉକ୍ତ ଯୁବକଙ୍କ ବିରୋଧରେ ପେଟ୍‌ ଲଭର୍ସ ଆସୋସିଏସନ ପକ୍ଷରୁ ସାତାରା ପୋଲିଷ ଷ୍ଟେସନରେ ଅଭିଯୋଗ ହୋଇଛି ।

ଅଭିଯୁକ୍ତଙ୍କ ନାମ ପରାଗ ପଭେତକର ବୋଲି ଜଣାପଡ଼ିଛି । ପୋଲିସର କହିବାନୁସାରେ ବିଡ଼ ରୋଡ଼୍‌ରେ (Beed Road) ଥିବା ଏହି ହୋଟେଲରେ କିଛି ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଭୁଲବଶତଃ ନିଜ ମୋବାଇଲକୁ ହୋଟେଲରେ ଛାଡ଼ି ଚାଲିଆସିଥିଲେ । ସକାଳେ ଯେତେବେଳେ ହୋଟେଲ ମାଲିକ ଉକ୍ତ ମୋବାଇଲ କାହାର ଜାଣିବାକୁ ମୋବାଇଲ ଫୋନ ଚେକ୍‌ କରିଥିଲେ, ସେତେବେଳେ ସେ ଉକ୍ତ ମୋବାଇଲରେ ଏକ ଭିଡ଼ିଓ ଦେଖିଥିଲେ ।

ଏହା ବି ପଢନ୍ତୁ- ପ୍ଲଟ ପାଇଁ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର ୭ ବର୍ଷ ପରେ ଆସିଲା ରାୟ

ଉକ୍ତ ଭିଡିଓରେ ଯୁବକ ଜଣକ କୁକୁର ସହିତ ଅମାନୁଷିକ କାଣ୍ଡ (Sexual act with Dog by Youth) କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ହୋଟେଲ ମାଲିକ କପି କରି ନେବା ପରେ ଯୁବକଙ୍କୁ ତାଙ୍କ ମୋବାଇଲ ଫେରାଇ ଦେଇଥିଲେ । ଏ ସମ୍ପର୍କରେ ହୋଟେଲ କର୍ତ୍ତୃପକ୍ଷ ପେଟ ଲଭର୍ସ ଆସୋସିଏସନକୁ ଜଣାଇଥିଲେ । ଏହାପରେ ଆସୋସିଏସନ ସାତାରା ପୋଲିସ ନିକଟରେ ଏକ ଅଭିଯୋଗ କରିଛି । ଇଣ୍ଡିଆନ ପେନାଲ କୋଡ୍‌ର (IPC) ୩୭୭ସେକ୍ସନ ଆଧାରରେ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଶୁପ୍ରେମୀ ବେରିଲ ସାଙ୍କିସ କହିଛନ୍ତି ଅଭିଯୁକ୍ତ ଜଘନ୍ୟ ଅପରାଧ କରିଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ABOUT THE AUTHOR

...view details