ଓଡିଶା

odisha

ETV Bharat / bharat

Mobile Jihad: ଅନ୍‌ଲାଇନ ଗେମ୍‌ରେ କୁନି ପିଲାଙ୍କ ଧର୍ମ ପରିବର୍ତ୍ତନ, ମାଷ୍ଟରମାଇଣ୍ଡ ଗିରଫ - ମାଷ୍ଟର ମାଇଣ୍ଡ

ଗାଜିଆବାଦ ଧର୍ମ ପରିବର୍ତ୍ତନ ମାମଲା। ମାଷ୍ଟର ମାଇଣ୍ଡକୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ । ଅନଲାଇନ ଗେମ୍‌ରେ କୁନି ପିଲାଙ୍କୁ ପ୍ରବର୍ତ୍ତାଇ କରୁଥିଲା ଧର୍ମ ପରିବର୍ତ୍ତନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 11, 2023, 10:17 PM IST

ମୁମ୍ବାଇ:ଉତ୍ତରପ୍ରଦେଶ ଗାଜିଆବାଦରେ ବ୍ୟାପିବାରେ ଲାଗିଛି ଧର୍ମ ପରିବର୍ତ୍ତନ ରାକେଟ । ଅନଲାଇନ୍‌ ଗେମ୍‌ ମାଧ୍ୟମରେ ଚାଲିଥିବା ଏହି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ଅଭିଯୁକ୍ତ ମୌଲାନା ଅବଦୁଲ ରହମାନକୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ରବିବାର ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରୁ ମାଷ୍ଟର ମାଇଣ୍ଡ ଶାହନବାଜ ଖାନ ଓରଫ ବଦ୍ଧୋକୁ ପୋଲିସ ଗିରଫ କରିଛି। ଏମାନେ ଅନଲାଇନ ଗେମିଂ ଆପ୍ଲିକେସନ ଜରିଆରେ ଛୋଟ ପିଲାଙ୍କୁ ଟାର୍ଗେଟ କରି ଧର୍ମ ପରିବର୍ତ୍ତନ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗାଜିଆବାଦରେ ଏପରି ଅଭିନବ ଢଙ୍ଗରେ କୁନି ପିଲାମାନଙ୍କୁ ପ୍ରବର୍ତ୍ତାଯାଇ ଧର୍ମ ପରିବର୍ତ୍ତନ କରିଯାଉଥିବା ସମ୍ପର୍କରେ ଥାନାରେ ମାମଲା ରୁଜୁ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଶାହାନବାଜ ଖାନ ଓ ଗାଜିଆବାଦର ମୌଲାନା ବିରୋଧରେ ଅବୈଧ ଧର୍ମ ପରିବର୍ତ୍ତନ ନିଷେଧ ଅଧିନିୟମ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାସରେ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- ନାଇଜେରିଆ ଜେଲ୍‌ରୁ ମୁକ୍ତ ହୋଇ ଫେରିଲେ କେରଳ ନାବିକ, ବଖାଣିଲେ ନିର୍ଯାତନାର କାହାଣୀ

ଅଭିଯୋଗ ଅନୁସାରେ ମାଷ୍ଟର ମାଇଣ୍ଡ ବଦ୍ଧୋ ଜଣେ ବ୍ୟକ୍ତିଙ୍କ ଦ୍ବାଦଶ ଶ୍ରେଣୀ ପାସ କରିଥିବା ପୁଅର ଧର୍ମ ପରିବର୍ତ୍ତନ କରାଇଥିଲା । ତେବେ ଅନଲାଇନ ଗେମ୍‌ ଆପ୍‌ ଜରିଆରେ ତାଙ୍କ ପୁଅ ବଦ୍ଧୋର ଯୋଗାଯୋଗରେ ଆସିଥିଲା । ତା' ସହିତ ସମୟେ ସମୟେ କଥାବାର୍ତ୍ତା ମଧ୍ୟ କରୁଥିଲା । ଏହି ବାର୍ତ୍ତାଳାପ ତାଙ୍କ ପୁଅ ଉପରେ ଭାରି ପଡ଼ିଥିଲା । ସେ ଧର୍ମ ପରିବର୍ତ୍ତନ କରିଥିବା ପିତା ଅଭିଯୋଗ କରିଥିଲେ । ବଦ୍ଧୋ ବୁଝାଇବା ପରେ ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ କହିଥିଲା ବୋଲି ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ପ୍ରଥମେ ଗାଜିଆବାଦର ମୌଲାନାକୁ ଗିରଫ କରିଥିଲା । ହେଲେ ମାଷ୍ଟର ମାଇଣ୍ଡ ବଦ୍ଧୋ ପୋଲିସ ଚକମା ଦେଉଥିଲା । ଏକ ଲଜ୍‌ରେ ଲୁଚିଥିବା ବେଳେ ବଦ୍ଧୋକୁ ଗିରଫ କରି ହେପାଜତକୁ ନେଇଛି ପୋଲିସ । ତେବେ ପୋଲିସର ପଚରାଉଚରା ସମୟରେ ବଦ୍ଧୋ କହିଛି ଯେ 2021 ମସିହାରେ ଅନଲାଇନ ଗେମ ଫୋର୍ଟ ନାଇଟ (Fortnite) ଜରିଆରେ ସେ ବ୍ୟକ୍ତିଙ୍କ ପୁଅର ସମ୍ପର୍କରେ ଆସିଥିଲା। ଏହାପରେ ସେମାନେ ଆଉ ଏକ ଗେମ Valorant ଖେଳିବା ଆରମ୍ଭ କରିଥିଲେ। ଏହି ଗେମରେ ମାଷ୍ଟର ମାଇଣ୍ଡ ବଦ୍ଧୋର ଭଲ ରାଙ୍କ ଥିବାରୁ ସେଥିରେ ଆକର୍ଷିତ ହୋଇଥିଲା ଅଭିଯୋଗକାରୀଙ୍କ ପୁଅ । ସେ ବଦ୍ଧୋ ସହିତ ଚାଟ୍‌ କରୁଥିଲା । ଏହି ଚାଟ୍‌ରେ ଇସଲାମ ଧର୍ମ ସମ୍ପର୍କରେ କହୁଥିଲା ବଦ୍ଧୋ ।

ଏମିତି ହୁଏ କୁନି ପିଲାଙ୍କ ଧର୍ମ ପରିବର୍ତ୍ତନ:-ଛୋଟ ପିଲାଙ୍କ ଧର୍ମ ପରିବର୍ତ୍ତନ କରିବା ଲାଗି ଏହି ଉପାୟ ଆପଣାଇଥାନ୍ତି ଏମାନେ । ପ୍ରଥମେ ଛୋଟ ପିଲାଙ୍କ ସହିତ ଗେମ୍‌ ଖେଳି ସେମାନଙ୍କର ନିକଟତର ହୁଅନ୍ତି । ଆଉ ଏପରି ଚାଟ୍‌ ସମୟରେ ଇସଲାମ ଧର୍ମର ଫାଇଦା ସମ୍ପର୍କରେ କହି ପିଲାଙ୍କୁ ପ୍ରବର୍ତ୍ତାଇଥାନ୍ତି । ଏହାପରେ ପିଲାମାନଙ୍କୁ ଜାକିର ନାଇକ ଓ ତାରିକ ଜମିଲ ଭିଡିଓ ଦେଖାଯାଏ । ଇସଲାମ ଧର୍ମ ଗ୍ରହଣ କରିବା ଲାଗି ସେମାନଙ୍କୁ କ୍ରମାଗତ ଭାବରେ ଉସୁକାଯାଏ । ଏଭଳି ଢଙ୍ଗରେ ଛୋଟ ପିଲାଙ୍କ ଧର୍ମ ପରିବର୍ତ୍ତନ କରାଯାଏ ବୋଲି ପଚରାଉଚରା ସମୟରେ ପୋଲିସକୁ କହିଛି ମାଷ୍ଟର ମାଇଣ୍ଡ ବଦ୍ଧୋ ।

ABOUT THE AUTHOR

...view details