ଓଡିଶା

odisha

ETV Bharat / bharat

Mobile Charging Device: ଚାଲିଲେ ହେବ ମୋବାଇଲ ଚାର୍ଜ - ବିଳାଶପୁରର ଗୁରୁ ଘାସିଦାଶ ସେଣ୍ଟ୍ରାଲ ୟୁନିଭରସିଟି

ଚାଲିଲେ କି ମର୍ଣ୍ଣିଂ ଓ୍ବାର୍କ କଲେ ହେବ ମୋବାଇଲ ଚାର୍ଜ । ଏଭଳି ଏକ ଡିଭାଇସକୁ ତିଆରି କରିଛନ୍ତି ଛତିଶଗଡ ବିଳାଶପୁରର ଗୁରୁ ଘାସିଦାଶ ସେଣ୍ଟ୍ରାଲ ୟୁନିଭରସିଟି (Guru Ghasidas Central University, Bilaspur)ର ଚାରି ପ୍ରଫେସର । ଅଧିକ ପଢନ୍ତୁ

Mobile Charging Device: ଚାଲିଲେ ହେବ ମୋବାଇଲ ଚାର୍ଜ
Mobile Charging Device: ଚାଲିଲେ ହେବ ମୋବାଇଲ ଚାର୍ଜ

By

Published : May 5, 2022, 1:10 PM IST

ରାୟପୁର:ମୋବାଇଲ ଚାର୍ଜ କରିବାକୁ ଆଉ ବେଶି ସମୟ ଲାଗିବନି । ଚାଲିଲେ କି ମର୍ଣ୍ଣିଂ ଓ୍ବାକ କଲେ ହେବ ମୋବାଇଲ ଚାର୍ଜ । ଜୋତାରେ ଲାଗିଥିବା ଏକ ଡିଭାଇସ ଯୋଗୁଁ ଫୋନ ଚାର୍ଜ ହେବ । ଏଭଳି ଏକ ଡିଭାଇସକୁ ତିଆରି କରିଛନ୍ତି ଛତିଶଗଡ ବିଳାଶପୁରର ଗୁରୁ ଘାସିଦାଶ ସେଣ୍ଟ୍ରାଲ ୟୁନିଭରସିଟି (Guru Ghasidas Central University, Bilaspur)ର ଚାରି ପ୍ରଫେସର । ତେବେ ମୋବାଇଲ୍ ଚାର୍ଜିଂ ଡିଭାଇସ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଗୁରୁ ଘାସିଦାଶ ସେଣ୍ଟ୍ରାଲ ୟୁନିଭରସିଟିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଡକ୍ଟର ରୋହିତ ରାଜା । ତେବେ ଏହା ତାଙ୍କର ପଞ୍ଚମ ପ୍ୟାଟେଣ୍ଟ( patent ) ।

ଡିଭାଇସରୁ ମୋବାଇଲ୍ ବ୍ୟାଟେରୀ କିପରି ଚାର୍ଜ ହେବ: ଗୁରୁ ଘାସିଦାଶ ସେଣ୍ଟ୍ରାଲ ୟୁନିଭରସିଟିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଡକ୍ଟର ରୋହିତ ରାଜା କହିଛନ୍ତି ଯେ, ‘ଯେ ଯେତେବେଳେ କେହି ଏହି ଉପକରଣକୁ ଜୋତାରେ ରଖି ଚାଲିବେ । ସେତେବେଳେ ଜୋତାରେ ଲାଗିଥିବା ଶକ୍ତି ବାହାରକୁ ଆସେ । (charge mobile) ଏହି ଡିଭାଇସ୍ ଚାଲିବା ଦ୍ବାରା ବିଦ୍ୟୁତ ଶକ୍ତିରେ ପରିଣତ ହୋଇଥାଏ । ଏହି ବିଦ୍ୟୁତ୍ ମୋବାଇଲରେ ଲଗାଯାଇଥିବା ଏକ ପୃଥକ ଡିଭାଇସ୍ (USB) ମାଧ୍ୟମରେ ମୋବାଇଲ୍ ବ୍ୟାଟେରୀକୁ ଚାର୍ଜ କରିଥାଏ । ଏହି ଡିଭାଇସ୍ ଜୋତାରେ ରଖିବା ପରେ ଆପଣଙ୍କୁ ଚାଲିବାକୁ ପଡିବ’ ବୋଲି ସେ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ‘ଆମ ରିସର୍ଚ ଟିମ୍ ଜୋତାର ଗୋଇଠି ନିକଟରେ ଏକ ଛୋଟ ଉପକରଣ ରଖିଛନ୍ତି। ଏହା ଚାଲିବା ସମୟରେ ଗତିଜ ଶକ୍ତିକୁ ବୈଦୁତିକ ଶକ୍ତିରେ ପରିଣତ କରିବ। ଡିଭାଇସରେ ପାଓ୍ବାର ଷ୍ଟୋର୍ ଏବଂ ଟ୍ରାନ୍ସଫର ମଧ୍ୟ ଘଟିବ। ମୋବାଇଲରେ ଏକ ଟ୍ରାନ୍ସମିସନ ସ୍ଥାପନ କରାଯିବ। ରିସିଭର ସାହାଯ୍ୟରେ ଟ୍ରାନ୍ସମିସନ ମୋବାଇଲକୁ ବୈଦୁତିକ ଶକ୍ତି ଯୋଗାଇବ | ଏହି ପୁରା ପକ୍ରିୟା ଓୟାରଲେସ ( wireless) ହେବ । ଏହି ଡିଭାଇସରେ ଫୋନ ଚାର୍ଜ ଖୁବ କମ ସମୟରେ ହେବା ସହ ମୋବାଇଲ ବ୍ୟାଟେରୀରେ ଅଧିକ ସମୟ ଚାର୍ଜ ରଖିବ’ ।

ୟୁନିଭରସିଟିର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରୱାଲ (Professor Alok Kumar Chakrawal, Vice Chancellor of Bilaspur Central University) କହିଛନ୍ତି, ‘ଏ ଉପକରଣକୁ ଉଦ୍ଭାବନ କରିବା ପାଇଁ ତାଙ୍କ ରିସର୍ଚ ଟିମକୁ ଚାରି ବର୍ଷ ସମୟ ଲାଗିଛି । ବେଙ୍ଗାଲୁରୁର ଏକ କମ୍ପାନୀ ସହିତ ଏହାର (tie-up) ଚୁକ୍ତି ହୋଇଛି । ସେହି କମ୍ପାନୀ ହେଉଛି ବର୍ତ୍ତମାନ ଡିଭାଇସର ମଡେଲ୍ ପ୍ରସ୍ତୁତ କରୁଛି । ମଡେଲ୍ ପ୍ରସ୍ତୁତ ହେବା ମାତ୍ରେ ଡିଭାଇସ୍ କମ୍ ମୂଲ୍ୟରେ ବଜାରରେ ଉପଲବ୍ଧ ହେବ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details