ହାଇଦ୍ରାବାଦ:ରାଜଧାନୀ ଦିଲ୍ଲୀରେ ପୋଲିସ ଟିମକୁ ସଙ୍ଘବଦ୍ଧ ଆକ୍ରମଣ କଲେ ଆଫ୍ରିକୀୟ ନାଗରିକ । ରାଜୁ ପାର୍କ ଅଞ୍ଚଳରେ ପ୍ରାୟ ଶହେରୁ ଅଧିକ ଆଫ୍ରିକୀୟ ନାଗରିକ ଦିଲ୍ଲୀ ପୋଲିସର ଏକ ଟିମ୍କୁ ଆକ୍ରମଣ କରିବା ଫଳରେ କିଛି ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି (African nationals attack to Delhi police)। ଦିଲ୍ଲୀରେ ଥିବା କିଛି ଆଫ୍ରିକୀୟ ନାଗରିକଙ୍କ ଭିସା ଅବଧି ଶେଷ ହୋଇସାରିଥିବା ବେଳେ ପୋଲିସ 3 ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ସଂଧ୍ୟାରେ ପୋଲିସ ପୁଣି ନେବ ସରାଇ ରାଜୁ ପାର୍କ (Neb Sarai's Raju Park) ଅଞ୍ଚଳରେ ଚଢାଉ କରି ଅନ୍ୟ କିଛି ବେଆଇନ ନାଗରିକଙ୍କୁ ଗିରଫ କରିବାକୁ ଉଦ୍ୟମ କରିବା ବେଳେ ପ୍ରାୟ 2 ଶହ ଆଫ୍ରିକୀୟ ନାଗରିକମାନେ ସଙ୍ଘବଦ୍ଧ ଭାବେ ପୋଲିସ ଟିମକୁ ଆକ୍ରମଣ କରିଥବା ସୂଚନା ମିଳିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ କିଛି ଆଫ୍ରିକୀୟ ନାଗରିକ ଭିସା ଅବଧି ଶେଷ ହେବା ପରେ ବେଆଇନ ଭାବେ ରହି ଆସୁଥିବା ନେଇ ସୂଚନା ମିଳିଥିଲା । ଗତକାଲି(ଶନିବାର) ଦିଲ୍ଲୀ ପୋଲିସର ନାର୍କୋଟିକ ସେଲ ଉକ୍ତ ଅଞ୍ଚଳରେ ଚଢାଉ କରି ବିଦେଶୀ ନାଗରିକଙ୍କ ପାସପୋର୍ଟ ଓ ଭିସା ଆଦି ଯାଞ୍ଚ କରିଥିଲା । ଏଥିରେ ଭିସା ଅବଧି ଶେଷ ହେବା ପରେ ଭାରତ ଛାଡି ନଥିବା 3 ନାଇଜେରୀୟ ନାଗରିକଙ୍କୁ ପୋଲିସ ଗିରଫ କରିଥିଲା(Delhi police arrest African nationals)। ସେହିପରି ସଂଧ୍ୟା ପ୍ରାୟ 6ଟାରେ ପୁଣି ଥରେ ପୋଲିସ ଟିମ ଉକ୍ତ ଅଞ୍ଚଳରେ ରେଡ କରିବା ସମୟରେ ଆଫ୍ରିକୀୟ ନାଗରିକଙ୍କ ଏକ ଗୋଷ୍ଠୀ ପୋଲିସ ଉପରେ ଆକ୍ରମଣ କରିଥିଲା ।