ଓଡିଶା

odisha

By

Published : May 4, 2022, 7:45 PM IST

ETV Bharat / bharat

Loudspeaker Row: ବାଲ ସାହେବଙ୍କ ଭିଡିଓ ପୋଷ୍ଟ କଲେ ରାଜ ଠାକରେ

ଲାଉଡସ୍ପିକର ବିବାଦ ପ୍ରସଙ୍ଗରେ ଶିବସେନା ପ୍ରତିଷ୍ଠାତା ବାଲ ସେହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ପୋଷ୍ଟ କଲେ ଏମଏନଏସ ମୁଖ୍ୟ ରାଜ ଠାକରେ । ଲାଉଡସ୍ପିକର ହଟାଇବା ପାଇଁ କଲେ ଦାବି । ଗତକାଲି ରାଜଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଅଧିକ ପଢନ୍ତୁ

loudspeaker row: ବାଲା ସାହେବଙ୍କ ଭିଡିଓ ପୋଷ୍ଟ କଲେ ରାଜ ଠାକରେ
loudspeaker row: ବାଲା ସାହେବଙ୍କ ଭିଡିଓ ପୋଷ୍ଟ କଲେ ରାଜ ଠାକରେ

ମୁମ୍ବାଇ: ଲାଉଡସ୍ପିକର ବିବାଦରେ ମହାରାଷ୍ଟ୍ର ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିବା ପରେ ଏବେ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ରାଜଙ୍କ ନାମରେ ମାମଲା ରୁଜୁ ହେବା ପରେ ମଧ୍ୟ ସେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିବା ମଧ୍ୟ ବନ୍ଦ କରିନାହାନ୍ତି । ସେ ଆଜି ଲାଉଡସ୍ପିକର ବିବାଦ ପ୍ରସଙ୍ଗରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ବାଲ ଠାକରେ ଏହି ପ୍ରସଙ୍ଗରେ ଲାଉଲସ୍ପିକର ବିରୋଧରେ ମତ ରଖୁଥିବା ଦେଖିବାକୁ ମିିଳିଛି ।

ରାଜଙ୍କ ଦ୍ବାରା ଜାରି ଭିଡିଓରେ ବାଲ ଠାକରେ କହୁଛନ୍ତି, "ଯେବେ ମହାରାଷ୍ଟ୍ରରେ ତାଙ୍କ ସରକାର କ୍ଷମତାକୁ ଆସିବ ସେବେ ରାଜ୍ୟରେ ରାସ୍ତା ମଝିରେ ନମାଜ ପଢିବା ବନ୍ଦ ହୋଇଯିବ । ସେହିପରି ମସଜିଦରେ ଲାଉଡସ୍ପିକର ଲଗାଯିବା ଉପରେ ମଧ୍ୟ ନାରାଜି ଦର୍ଶାଇଥିଲେ । ଧାର୍ମିକ ଉତ୍ସବ ପାଇଁ ବିକାଶମୂଳକ କାର୍ଯ୍ୟରେ ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ସମସ୍ୟା ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି ବାଲ ଠାକରେ କହିଥିଲେ ।"

ତେବେ ଏପରି ଭିଡିଓ ଜାରି କରି ରାଜ ଠାକରେ ଶିବସେନା ନେତୃତ୍ବାଧୀନ ସରକାରଙ୍କୁ ରାଜ୍ୟରେ ଲାଉଡସ୍ପିକର ହଟାଇବା ପାଇଁ ପରୋକ୍ଷ ଇଙ୍ଗୀତ ଦେଇଛନ୍ତି । ଅନ୍ୟପଟେ ନଭି ମୁମ୍ବାଇର ଏକ ସ୍ଥାନରେ ମସଜିଦ ନିକଟରେ ହନୁମାନ ଚାଳିଶା ପାଠ କରିଛନ୍ତି ନବ ନିର୍ମାଣ ସେନାର କିଛି କର୍ମୀ । ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ମେ’ ପହିଲାରେ ଔରଙ୍ଗାବାଦରେ ରାଜ ଠାକରେ କରିଥିବା ରାଲିରେ ପ୍ରଶାସନ ସ୍ଥିର କରିଥିବା ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details