ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ଏତଲା ଦାଏର କରିଛି ପୋଲିସ । ଥାନେରେ ଆୟୋଜିତ ଏକ ରାଲିରେ ଖଣ୍ଡା ବୁଲାଇଥିବା ଅଭିଯୋଗରେ ତାଙ୍କ ନାମରେ ଆର୍ମ ଆକ୍ଟ ଅନୁସାରେ ଏତଲା ଦାଏର ହୋଇଥିବା ଜଣାପଡିଛି । ରାଲି ପରେ ଥାନେର ନୂଆପଡା ପୋଲିସ ଷ୍ଟେସନରେ ଠାକରେଙ୍କ ନାମରେ ମାମଲା ରଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ ଆର୍ମ ଆକ୍ଟର ଧାରା 4 ଓ 25 ଅନୁଯାୟୀ ଦଳ ମୁଖ୍ୟ ଠାକରେ, ଥାନେ ସିଟି ମୁଖ୍ୟ ଓ ଦଳର ପାଲଘର ଜିଲ୍ଲା ମୁଖ୍ୟ ଅବିନାଶ ଯାଦବଙ୍କୁ ବୁକ କରିଛି ପୋଲିସ ।
ରାଜ ଠାକରେଙ୍କ ନାମରେ ଏତଲା, ରାଲିରେ ବୁଲାଇଥିଲେ ଖଣ୍ଡା - ରାଜ ଠାକରେଙ୍କ ନାମରେ ପୋଲିସର ଏତଲା
ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ଏତଲା । ଆର୍ମ ଆକ୍ଟ ଅନୁସାରେ ମାମଲା ଦାଏର ହୋଇଥିବା ସୂଚନା । ଅଧିକ ପଢନ୍ତୁ
MNS ମୁଖ୍ୟ ରାଜ ଠାକରେଙ୍କ ନାମରେ ଏତଲା, ରାଲିରେ ବୁଲାଇଥିଲେ ଖଣ୍ଡା
ଥାନେରେ ଆୟୋଜିତ ଏକ ରାଲିରେ ରାଜ ଠାକରେ ଖଣ୍ଡା ବୁଲାଇଥିଲେ । ମସଜିଦରେ ଲାଉଡସ୍ପିକର ବନ୍ଦ କରିବା ପାଇଁ ମହାରାଷ୍ଟ୍ର ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିବା ସହ ଏଥିରେ ବିଫଳ ହେଲେ ରାଜ୍ୟରେ ସମସ୍ତ ମସଜିଦ ସମ୍ମୁଖରେ ହନୁମାନ ଚାଳିଷା ପାଠ କରାଯିବା ନେଇ ଧମକ ମଧ୍ୟ ଦେଇଥିଲେ । ଏପରି ଘଟଣା ପରେ ରାଜ ଠାକରେଙ୍କ ନାମରେ ଏତଲା ଦାଏର ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଆଜି ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ