ଲକ୍ଷ୍ନୌ: ଧୀରେ ଧୀରେ ଦେଶରେ ବଢୁଛି ଜଳ ସଙ୍କଟ । ପାଣି ପାଇଁ ପଡୁଛି ହାହାକାର । ଏଭଳି ସ୍ଥିତିରେ ପାଣିକୁ ସଂରକ୍ଷଣ ସହିତ କଳକାରଖାନାର ଦୂଷିତ ପାଣିକୁ ବିଶୋଧିତ କରିବା ପାଇଁ ବୈଜ୍ଞାନିକ କୌଶଳର ଉପଯୋଗ ହେଉଛି । ଉତ୍ତରପ୍ରଦେଶ ମଦନ ମୋହନ ମାଲବିୟ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ(MMMTU)ର ପ୍ରଫେସର ଏପରି ଏକ ମାଇକ୍ରୋଜେଲ ବିକଶିତ କରିଛନ୍ତି ଯାହାକି ଦୂଷିତ ପାଣିକୁ ବିଶୋଧିତ କରିବାରେ ସହାୟକ ହେବ । ସବୁଠୁ ଖାସ କଥା ହେଉଛି ଏଥିଲାଗି ମାତ୍ର ୬୦ ଟଙ୍କା ବ୍ୟୟ କରିବାକୁ ପଡ଼ିବ । ଆଉ ଦୂଷିତ ପାଣିରେ ମାଇକ୍ରୋଜେଲ ପଡିବା ପରେ ଏହା କିଛି ସମୟ ମଧ୍ୟରେ ବିଶୁଦ୍ଧ ଜଳରେ ପରିଣତ ହେବ ।
ମାଇକ୍ରୋଜେଲର ଗୁଣବତ୍ତା:-
ଏହି ଅନୁସନ୍ଧାନ ସମ୍ପର୍କରେ 'ରୟାଲ ସୋସାଇଟି ଅଫ୍ ରସାୟନ ବିଜ୍ଞାନ ଲଣ୍ଡନ'ରେ ପ୍ରକାଶିତ ହୋଇଛି । ଗବେଷକ କୃଷ୍ଣ କୁମାର ଏବଂ ବିନୟ ସିଂ କହିଛନ୍ତି ଯେ ବିଷାକ୍ତ ପଦାର୍ଥକୁ କ୍ଷତିକାରକ ପଦାର୍ଥରେ ପରିଣତ କରିବାରେ ମାଇକ୍ରୋଜେଲ ଅତ୍ୟନ୍ତ ଉପଯୋଗୀ । ତାଙ୍କ କହିବାନୁସାରେ କାରଖାନା ନିକଟରେ ଏକ ବଡ଼ ଟାଙ୍କି ନିର୍ମାଣ ହେବ । ଏଥିରେ ଥିବା ମଇଳା ପାଣି ସଂଗ୍ରହ କରିବା ପରେ ଏଥିରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମାଇକ୍ରୋଜେଲ ମିଶାଯିବ । ପାଉଡର ପରି ହୋଇଥିବା ମାଇକ୍ରୋଜେଲର ବିଶେଷତ୍ବ ହେଉଛି ଯେ ଏହା ଭଲ ଭାବେ ପାଣିରେ ମିଶିବାର କ୍ଷମତା ରଖିଥାଏ ଏବଂ ମଇଳା ପାଣି ସଫା କରିବା କାର୍ଯ୍ୟ କରିଥାଏ । ମଇଳା ପାଣିରେ ରହିଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ଅଲଗା କରିଥାଏ ।