ଓଡିଶା

odisha

ETV Bharat / bharat

ବିଜେପି ସାଂସଦଙ୍କୁ ଚପଲରେ ପିଟିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ତେଲେଙ୍ଗାନା ବିଜେପି ସାଂସଦଙ୍କୁ ଚପଲରେ ପିଟିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ଏମଏଲସି କବିତା । ଅଧିକ ପଢନ୍ତୁ

ବିଜେପି ସାଂସଦଙ୍କୁ ଚପଲରେ ପିଟିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ
ବିଜେପି ସାଂସଦଙ୍କୁ ଚପଲରେ ପିଟିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

By

Published : Nov 19, 2022, 8:50 AM IST

ହାଇଦ୍ରାବାଦ: ବିଜେପି ସାଂସଦଙ୍କୁ ଚପଲରେ ମାଡ ମାରିବାକୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କବିତା(MLC Kavitha threatens to slap BJP MP with slipper) । ତାଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କବିତା ନିଜାମବାଦ ବିଜେପି ସାଂସଦ ଅରବିନ୍ଦ ଧର୍ମପୁରୀଙ୍କୁ ରାସ୍ତା ଉପରେ ଚପଲରେ ପିଟିବାକୁ ଧମକାଇଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଏବଂ ତାଙ୍କ ପୁଅ କେଟିଆର ଓ ଝିଅ କବିତା ଅତ୍ୟନ୍ତ ଅହଙ୍କାରୀ ବୋଲି ଅରବିନ୍ଦ କହିଥିଲେ । ଏହାକୁ କେନ୍ଦ୍ରକରି ଟିଆରଏସ(TRS) ନେତ୍ରୀ ତାଙ୍କୁ ମାଡ ମାରିବାକୁ ଧମକ ଦେଇଛନ୍ତି ।

ସୂଚନା ମୁତାବକ, ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା(MLC) କବିତା କଂଗ୍ରେସ ସହ ଯୋଗଯୋଗରେ ଥିବା କିଛି ଦିନ ତଳେ ସାଂସଦ ଅରବିନ୍ଦ ଧର୍ମପୁରୀ ବୟାନ ଦେଇଥିଲେ । ଏହାର ପ୍ରତିବାଦରେ ଭାରତ ରାଷ୍ଟ୍ରୀୟ ସମିତି(BRS) କର୍ମକର୍ତ୍ତା ସାଂସଦଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ପ୍ରବଳ ଭଙ୍ଗାରୁଜା କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ । ଘର ଉପରେ ଆକ୍ରମଣ ଘଟଣାରେ ବିଆରଏସକୁ କଡା ସମାଲୋଚନା କରିଥିଲେ ଅରବିନ୍ଦ ଧର୍ମପୁରୀ । ସେ କହିଥିଲେ ଯେ, ଯଦି କେହି କିଛି ମନ୍ତବ୍ୟ ଦେଉଛି ତାହାହେଲେ ସେମାନେ କ'ଣ ସିଧାସଳଖ ଆକ୍ରମଣ କରିବେ ? ବିଆରଏସ ମୋ ଘରେ ଯେପରି ଭଙ୍ଗାରୁଜା କରିଛି ସେମିତି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରିପାରିବେ କି ? ମୁଖ୍ୟମନ୍ତ୍ରୀ କେସିଆର, କେଟିଆର ଓ କବିତା ଖୁବ୍ ଗର୍ବୀ ଓ ଅହଙ୍କାରୀ ଅଟନ୍ତି ।''

ଏହାମଧ୍ୟ ପଢନ୍ତୁ: ଅନୁପମ ଆତିଥ୍ୟତା: ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City, ସମ୍ମାନିତ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଏଥିରେ ଉତ୍‌କ୍ଷିପ୍ତ ହୋଇ କବିତା କହିଥିଲେ, ଯଦି ତୁମେ ମୋ ବିରୁଦ୍ଧରେ ଆଗକୁ ଏହିଭଳି କଥା କୁହ ତାହାହେଲେ ନିଜାମବାଦ ରାସ୍ତାର ଉପରେ ତୁମକୁ ଚପଲରେ ମାଡ ମାରିବାକୁ ମୁଁ ପଛାଇବି ନାହିଁ । ଟିଆରଏସ ନେତ୍ରୀ ସାଂସଦଙ୍କ ମନ୍ତବ୍ୟକୁ ଶସ୍ତା କହିବା ସହ ତାଙ୍କୁ ଉଚିତ୍ ବ୍ୟବହାର ଜଣାନାହିଁ । ରାଜନୀତି କର, ହେଲେ ଖରାପ ବ୍ୟବହାର ନୁହେଁ ବୋଲି କହିଥିଲେ ।

ABOUT THE AUTHOR

...view details