ମୁମ୍ବାଇ:ମହାରାଷ୍ଟ୍ରରେ ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥା, ପରେ କ୍ଷମତା ପରିବର୍ତ୍ତନ ଓ ନୂତନ ସରକାର ଗଠନ ପରେ ଆଜି ପ୍ରଥମ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟ ବିଧାନସଭାରେ ପହଞ୍ଚିବାରେ ଲାଗିଛନ୍ତି ସମସ୍ତ ଦଳର ବିଧାୟକ । ରାଜ୍ୟରୁ ଦୀର୍ଘ 11 ଦିନ ଧରି ଅର୍ନ୍ତଧ୍ୟାନ ରହିବା ପରେ ଆଜି ମୁମ୍ବାଇ ସହରରେ ପ୍ରଥମ ଦୃଶ୍ୟମାନ ହୋଇଛନ୍ତି ବିଦ୍ରୋହୀ ତଥା ସିନ୍ଧେ ଅନୁଗତ ବିଧାୟକ ଗୋଷ୍ଠୀ ।
ସିନ୍ଧେ ଅନୁଗତ ବିଧାୟକମାନେ ଏକ ବସରେ ବିଧାନସଭାରେ ପହଞ୍ଚିଛନ୍ତି । ବିଦ୍ରୋହୀ କ୍ୟାମ୍ପର ନେତୃତ୍ବ ନେଇ ସତ୍ତା ପରିବର୍ତ୍ତନ ଓ ପରେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିବା ଏକନାଥ ସିନ୍ଧେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଆଜି ପ୍ରଥମ କରି ବିଧାନସଭା ଗୃହରେ ପ୍ରବେଶ କରିଛନ୍ତି । ସିନ୍ଧେ ମୁଣ୍ଡରେ ଏକ ନାଲି ରଙ୍ଗର ମରାଠୀ ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି । ସିନ୍ଧେ ଗୋଷ୍ଠୀର ଅନ୍ୟ ବିଧାୟକମାନେ ମଧ୍ୟ ପାରମ୍ପାରିକ ପଗଡିରେ ନଜର ଆସିଛନ୍ତି ।