ଓଡିଶା

odisha

ETV Bharat / bharat

Hanuman Chalisa Controversy: ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ

ରାଣା ଦମ୍ପତିଙ୍କୁ ଆଶ୍ବସ୍ତି । ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ସ୍ବାମୀ ରବି ରାଣାଙ୍କୁ ଜାମିନ ମିିଳିଛି । ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ସେସନ କୋର୍ଟ । ଅଧିକ ପଢନ୍ତୁ

ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ
ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ

By

Published : May 4, 2022, 11:46 AM IST

Updated : May 4, 2022, 12:14 PM IST

ମୁମ୍ବାଇ: ରାଣା ଦମ୍ପତିଙ୍କୁ ଆଶ୍ବସ୍ତି । ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଜାମିନ ମିିଳିଛି । ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ସେସନ କୋର୍ଟ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି । ସାଂସଦ ନବନୀତ୍ ରାଣା ଓ ବିଧାୟକ ରବି ରାଣାଙ୍କୁ କିଛି ସର୍ତ୍ତ ଆଧାରରେ ମୁମ୍ବାଇ ସେସନ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଯଦି ଏହି ସର୍ତ୍ତଗୁଡିକ ସେ ପାଳନ ନ କରନ୍ତି କିମ୍ବା ଏହାର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବ । ମାମଲା ସହ ଜଡିତ କୌଣସି ବି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିବେ ନାହିଁ ବୋଲି କହିଛନ୍ତି ମୁମ୍ବାଇ ସେସନ କୋର୍ଟ ।

ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ନବନୀତ ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳୁଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ରାଣା ପରିବାରର ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାପରେ ରାଣା ଦମ୍ପତିଙ୍କୁ ପୋଲିସ ଗିରଫ କରିଥିଲା । ଉଭୟଙ୍କ ବିରୋଧରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନ (IPC)ର 153-A ଧାରାରେ ମାମଲା ରୁଜୁ କରି କୋର୍ଟରେ ହାଜର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 4, 2022, 12:14 PM IST

ABOUT THE AUTHOR

...view details