ପାନାଜୀ:ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶିବିର ଛାଡିଲେ ଆଉ ଜଣେ ବିଧାୟକ । ବିଜେପି ବିଧାୟକ ପ୍ରବୀଣ ଜନତୟେ (Pravin Zantye) ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ପ୍ରଥମେ ବିଧାୟକ ଲୋବୋ ଇସ୍ଥଫା ଦେଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ତାର କିଛି ଘଣ୍ଟା ପରେ ଅନ୍ୟ ଜଣେ ବିଧାୟକ ପ୍ରବୀଣ ମଧ୍ୟ ନିଜ ପଦରୁ ଇସ୍ଥାଫା ଦେଇଥିବା ସୂଚନା ମିଳିଛି ।
ଲୋବୋ କହିଛନ୍ତି, ସେ ଇସ୍ଥଫା ପରେ ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକଙ୍କ ସହ ଆଲୋଚନା କରୁଛନ୍ତି । ସେହିପରି ସେ ଅନ୍ୟ କିଛି ରାଜନୈତିକ ଦଳ ମାନଙ୍କ ସହ ମଧ୍ୟ ତାଙ୍କର ଆଲୋଚନା ଜାରି ରଖିଛନ୍ତି । ପରେ ସେ ନିଜ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।