ଓଡିଶା

odisha

By

Published : Dec 13, 2022, 9:51 PM IST

ETV Bharat / bharat

Gola Firing Case: ଝାଡଖଣ୍ଡର କଂଗ୍ରେସ ବିଧାୟିକାଙ୍କୁ 5ବର୍ଷ ଜେଲ, ରଦ୍ଦ ହୋଇପାରେ ସଭ୍ୟ ପଦ

ବହୁଚର୍ଚ୍ଚିତ ଝାଡଖଣ୍ଡ ଗୋଲା ଗୁଳିକାଣ୍ଡ ମାମଲାରେ କଂଗ୍ରେସ ବିଧାୟିକା ମମତା ଦେବୀ ଦୋଷୀ ସାବ୍ୟସ୍ତ । 5ବର୍ଷ ଜେଲ ଦଣ୍ଡାଦେଶ (MLA Mamta Devi sentenced to five years)। ରଦ୍ଦ ହୋଇପାରେ ବିଧାୟିକା ପଦ । 2016ରେ ହୋଇଥିଲା ଗୁଳିକାଣ୍ଡ । ଅଧିକ ପଢନ୍ତୁ

Gola firing case: ଝାଡଖଣ୍ଡର କଂଗ୍ରେସ ବିଧାୟିକାଙ୍କୁ 5ବର୍ଷ ଜେଲ, ରଦ୍ଦ ହୋଇପାରେ ସଭ୍ୟ ପଦ
Gola firing case: ଝାଡଖଣ୍ଡର କଂଗ୍ରେସ ବିଧାୟିକାଙ୍କୁ 5ବର୍ଷ ଜେଲ, ରଦ୍ଦ ହୋଇପାରେ ସଭ୍ୟ ପଦ

ହାଇଦ୍ରାବାଦ:ଝାଡଖଣ୍ଡ ଗୋଲା ଗୁଳିକାଣ୍ଡ ମାମଲାରେ ରାମଗଡ କଂଗ୍ରେସ ବିଧାୟିକା ମମତା ଦେବୀଙ୍କ ସମେତ 13 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ଦଣ୍ଡିତ କରାଯାଇଛି (MLA Mamta Devi sentenced to five years)। ବିଧାୟିକା ମମତା ଦେବୀଙ୍କୁ 5ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ହଜାରିବାଗର ଏମପିଏମଏଲଏ କୋର୍ଟରେ ଏହି ମାମଲାର ଶୁଣାଣି ହୋଇ ଆଜି ରାୟ ପ୍ରକାଶ ପାଇଛି । ଦଣ୍ଡବିଧାନ ପରେ ବିଧାୟିକା ମମତା ଦେବୀଙ୍କ ସଭ୍ୟପଦ ରଦ୍ଦ ହେବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ଆଜି ଏହି ମାମଲାର ଶୁଣାଣି ବେଳେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ବିଧାୟିକା ମମତା ଦେବୀଙ୍କ ପରିବାର ସଦସ୍ୟ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ପୂର୍ଣ୍ଣ ଶୁଣାଣି ପ୍ରକ୍ରିୟା ଶେଷ କରାଯାଇ ଦୋଷୀଙ୍କୁ ଦଣ୍ଡବିଧାନ ହୋଇଛି । ଏବେ ବିଧାୟିକା ମମତା ଦେବୀଙ୍କର ବିଧାନସଭା ସଦସ୍ୟତା ରଦ୍ଦ ହେବ । ବର୍ତ୍ତମାନ ରାମଗଡ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

2016 ରେ ହୋଇଥିଲା ଚର୍ଚ୍ଚିତ ଗୁଳିକାଣ୍ଡ :

2016 ମସିହାରେ ଝାଡଖଣ୍ଡ ରାମଗଡର ଗୋଲାରେ ଏହି ଗୁଳିକାଣ୍ଡ ହୋଇଥିଲା । ସ୍ଥାନୀୟ ରାଜାରପ୍ପା ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ପଞ୍ଜିକୃତ ହୋଇଥିଲା । ସେହି ମାମଲାରେ ମୋଟ 13 ଅଭିଯୁକ୍ତଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା । ଡିସେମ୍ବର 8ରେ ରାମଗଡର କଂଗ୍ରେସ ବିଧାୟିକା ମମତା ଦେବୀଙ୍କ ସମେତ 13ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅସ୍ତ୍ରଶସ୍ତ୍ର ଆଇନର ଧାରା 27 ବ୍ୟତୀତ ଆଇପିସିର ଧାରା 147, 148, 149, 341 ଏବଂ 307 ଅନୁଯାୟୀ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ସମସ୍ତ ଦୋଷୀ ଏବେ ହଜାରିବାଗ କେନ୍ଦ୍ରୀୟ ଜେଲରେ ଅଛନ୍ତି । ଏହି ଦଣ୍ଡାଦେଶ ପରେ ବିଧାୟିକା ମମତା ଦେବୀଙ୍କ ସଭ୍ୟପଦ ରଦ୍ଦ ହେବା ସହ ରାମଗଡ ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details