ଓଡିଶା

odisha

ETV Bharat / bharat

ମିଜୋରାମରେ ବଦଳିଲା କ୍ଷମତା: ପରାଜୟ ପରେ ଜୋରାମଥଙ୍ଗାଙ୍କ ଇସ୍ତଫା, 27ଆସନ ଜିତି ZPM କରିବ ସରକାର

ମିଜୋରାମରେ ବଦଳିଲା କ୍ଷମତା । ମାତ୍ର 9 ଆସନ ସହ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଜୋରାମଥଙ୍ଗାଙ୍କ ଇସ୍ତଫା । 27 ଆସନ ଜିତି କ୍ଷମତା ହାତେଇଲା ZPM । 40 ଆସନରୁ ବିଜେପିକୁ 3 ଓ କଂଗ୍ରେସକୁ ଗୋଟିଏ । ଅଧିକ ପଢନ୍ତୁ

ମିଜୋରାମରେ ବଦଳିଲା କ୍ଷମତା: ପରାଜୟ ପରେ ଜୋରାମଥଙ୍ଗାଙ୍କ ଇସ୍ତଫା, 27 ଆସନ ଜିତି ZPM କରିବ ସରକାର
ମିଜୋରାମରେ ବଦଳିଲା କ୍ଷମତା: ପରାଜୟ ପରେ ଜୋରାମଥଙ୍ଗାଙ୍କ ଇସ୍ତଫା, 27 ଆସନ ଜିତି ZPM କରିବ ସରକାର

By ETV Bharat Odisha Team

Published : Dec 4, 2023, 10:53 PM IST

ଆଇଜୋଲ: ଚଳିତଥର ବିଧାନସଭା ନିର୍ବାଚନ ହୋଇଥିବା 5 ରାଜ୍ୟ ମଧ୍ୟରୁ ଆଜି ଅନ୍ତିମ ରାଜ୍ୟ ଭାବେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଜନାଦେଶ ପ୍ରକାଶ ପାଇଛି । ମୋଟ 40 ଆସନ ବିଶିଷ୍ଟ ମିଜୋରାମରେ କ୍ଷମତାରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ପରାଜିତ ହୋଇଛି । 27 ଆସନ ଜିତି ଜୋରାମ ପିପୁଲ୍ସ ମୁଭମେଣ୍ଟ (ZPM) ସରକାର ଗଠନ କରିବାକୁ ଯାଉଛି । ଫଳାଫଳ ସ୍ପଷ୍ଟ ହେବା ପରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ରାଜ୍ୟପାଳ ହରିବାବୁ କାମଭାମପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ପୂର୍ବତନ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ) ତଥା ZPM ପ୍ରତିଷ୍ଠାତା ମୁଖ୍ୟ ଲାଲଦୁଓମା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ରାଜ୍ୟରେ 40 ବିଧାନସଭା ଆସନ ଥିବା ବେଳେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ହେଉଛି 20 । ତେବେ ଚଳିତ ଥର ଶାସନରେ ଥିବା MNF କୁ 40ରୁ ମାତ୍ର 9ଟି ଆସନ ମିଳିଛି । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ମଧ୍ୟ ଆଇଜୋଲ-ପୂର୍ବ ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଜେପିଏମ ପ୍ରାର୍ଥୀ ଲାଲଥନସାଙ୍ଗାଙ୍କ ଠାରୁ 2101 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେହିପରି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ZPM କୁ ସ୍ପଷ୍ଟ ବହୁମତ ସହ ମୋଟ 27 ଆସନ ମିଳିଛି । ଭାରତୀୟ ଜନତା ପାର୍ଟି (ବିଜେପି) 3ଟି ଓ କଂଗ୍ରେସ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ରାଜ୍ୟପାଳ ହରିବାବୁ କାମଭାମପତିଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଆସନ୍ତାକାଲି ରାଜ୍ୟପାଳ ZPM ମୁଖ୍ୟ ଲାଲଦୁଓମାଙ୍କୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ନିମନ୍ତ୍ରଣ କରିବେ ।

ଏହା ମଧ୍ୟ ପଢନ୍ତୁ :- ଦଳକୁ ଶକ୍ତି ଦେଖାଇବେ କି ବସୁନ୍ଧରା ! ବାସଭବନରେ ଏକାଠି ହେଲେ 20 ବିଧାୟକ

ଗତମାସ (ନଭେମ୍ବର) 7 ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଏଠାରେ ସମସ୍ତ 40 ଆସନରେ ମତଦାନ ହୋଇଥିଲା । ରାଜ୍ୟରେ ରେକର୍ଡ ସଂଖ୍ୟକ 80.43 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିଲା । ତେବେ ଗତକାଲି (3 ତାରିଖରେ) ଅନ୍ୟ 4 ରାଜ୍ୟ ସହ ଭୋଟ ଗଣତି ହେବାକୁ ପୂର୍ବରୁ ସୂଚୀ ସ୍ଥିର ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ଆଜି ଜନାଦେଶ ପ୍ରକାଶ ପାଇବା ସହ କ୍ଷମତାରେ ମଧ୍ୟ ପରିବର୍ତ୍ତନ ଘଟିଛି ।

ବିଧାନସଭା ନିର୍ବାଚନ ହୋଇଥିବା ଅନ୍ୟ 4 ରାଜ୍ୟ ମଧ୍ୟରୁ 3 ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ କେବଳ ମଧ୍ୟ ପ୍ରଦେଶରେ ବିଜେପି ଶାସନ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details