ଓଡିଶା

odisha

ETV Bharat / bharat

ମିଜୋରାମରେ ମତଗଣନା ଜାରି, 29 ଆସନରେ ଆଗୁଆ ଜେପିଏମ

Mizoram Assembly Election Results 2023: ମିଜୋରାମରେ 40 ଆସନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ 29ଟି ଆସନରେ ଜେପିଏମ ଆଗରେ ଚାଲିଛି ।

By ETV Bharat Odisha Team

Published : Dec 4, 2023, 10:50 AM IST

ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ
Mizoram Election Results 2023

ଆଇଜୋଲ:କାହାର ହେବ ମିଜୋରାମ । ମିଜୋ ନ୍ୟାସନାଲ ଫ୍ରଣ୍ଟ କ୍ଷମତାକୁ ଆସିବ ନା ଜେପିଏମକୁ ବହୁମତ ମିଳିବ ତାହା ଆଉ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ । ଆଜି ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ଏନେଇ 40 ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆରମ୍ଭରୁ ଏମଏମଏଫ ଆଗରେ ଥିଲା ମାତ୍ର ଏବେ ଆଗରେ ଚାଲିଛି ଜେପିଏମ । ଗୋଟିଏ ଆସନରେ ଜିତିଥିବାବେଳେ 29ଟି ଆସନରେ ଆଗୁଆ ରହିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ 7ଟି ଆସନରେ ଆଗରେ ଥିବାବେଳେ କଂଗ୍ରେସ 3 ଓ ବିଜେପି 2ଟି ଲେଖାଏଁ ଆସନରେ ଆଗୁଆ ରହିଛନ୍ତି ।

ଏମଏନଏଫ-ଜେପିଏମ କଡା ଟକ୍କର:ଏକଜିଟ ପୋଲ ଆକଳନ ସତ ହୋଇଛି । ଶାସକ ଏମଏନଏଫ ଓ ଜେପିଏମ ମଧ୍ୟରେ କଡ୍ଡା ଟକ୍କର ହୋଇଛି । ପ୍ରଥମେ ବାଲାଟ ପେପର ଗଣତି ହୋଇଥିଲା ଏହାପରେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା । ଆରମ୍ଭରୁ ଏମଏନଏଫ ଆଗେଇ ଥିଲା ମାତ୍ର ଧିରେ ଧିରେ ଗଣତି ଆଗକୁ ବଢିବା ସାଙ୍ଗକୁ ଧିମା ପଡିଯାଇଛି । ଆରମ୍ଭରୁ 5ଟି ଆସନରେ ଆଗୁଆ ଥିବା ଏମଏନଏଫ ଏବେ 7ଟି ଆସନରେ ଆଗୁଆ ରହିଛି । ଆରମ୍ଭରୁ ଜେପିଏମ ମାତ୍ର 3ଟି ଆସନରେ ଆଗୁଆ ଥିବାବେଳ ଏବେ 29ଟି ଆସନରେ ଆଗରେ ରହିଛି । ରାଜ୍ୟରେ ସରକାର ଗଢିବାକୁ ହେଲେ 21 ମ୍ୟାଜିକ ନମ୍ବର ରହିଛି । ଜେପିଏମ ଗୋଟିଏ ଆସନରେ ଜିତି ସାରିଛି ।

ଜେପିଏମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମା କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉନାହିଁ ଯାହା ଆଶା କରାଯାଉଥିବା ତାହା ହିଁ ହୋଇଛି । ମତଗଣନା ଜାରି ରହିଛି ପୂର୍ଣ୍ଣ ଫଳାଫଳ ଆସିବାକୁ ଦିଅ ଅପେକ୍ଷା କର । ଏହି ସ୍ଥିତିରେ କିଛି କହି ହେବ ନାହିଁ ଫାଇନାଲ ଫଳାଫଳ ଆସିବାକୁ ଦିଅ ।''

ଏହା ବି ପଢନ୍ତୁ...ଜେପିଏମକୁ ବହୁମତ ନା ଭରସା ଜିତିବେ ଜୋରାମଥଙ୍ଗା, ମିଜୋରାମରେ ଭୋଟ ଗଣତି ଆରମ୍ଭ

ମିଜୋରାମ ଏନଜିଓ କୋର୍ଡିନେସନ କମିଟି ପକ୍ଷରୁ ଧାରଣା ପରେ ମିଜୋରାମରେ ରେଜଲ୍ଟ ତାରିଖକୁ ଡିସେମ୍ବର 4 ଅର୍ଥାତ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ସକାଳ 8ଟାରୁ ମିଜୋରାମରେ 40 ଆସନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । 8.52 ଲକ୍ଷ ମତଦାତା ମଧ୍ୟରୁ 80.66% ଭୋଟ ଦେଇଥିଲେ । 78 ପ୍ରତିଶତ ମତଦାନ ହୋଇଥିଲା । ଆଜି 174 ପ୍ରାର୍ଥୀଙ୍କ ପରୀକ୍ଷା ଫଳ ବାହାରିବ । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି । ଜୋରାମଥଙ୍ଗାଙ୍କ ହାତରେ କମାଣ ରହିଛି । 2018ରେ 40 ଆସନରୁ ଏମଏନଏଫ 26 ଆସନରେ ଜିତିଥିଲା । କଂଗ୍ରେସ 5ଟି ଆସନ ଜିତିଥିବାବେଳେ ବିଜେପି କେବେଳ ଗୋଟିଏ ଆସନ ଜିତିଥିଲା ।

ABOUT THE AUTHOR

...view details