ଗୌହାଟି: ଆସାମ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତାଙ୍କ ବିବାଦୀୟ ବୟାନ । ଆସାମ ମନ୍ତ୍ରୀ ଏଚବି ଶର୍ମା କହିଛନ୍ତି ଯେ ‘ମିଆଁ ମୁସଲମାନ ମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ । ସେ ଆହୁରି ଏହା ତାଙ୍କର ଅଭିଜ୍ଞତା ଆଧାରରେ କହୁଛନ୍ତି ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଆସାମ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ବିଜେପିକୁ ଭୋଟ ଦେଇନାହାନ୍ତି ମିଆଁ ମୁସଲମାନ’ - asam minister h b sarma
ଆସାମ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତାଙ୍କ ବିବାଦୀୟ ବୟାନ। ପଢନ୍ତୁ ଅଧିକ....
ଆସାମ ମନ୍ତ୍ରୀଙ୍କ ବିବାଦୀୟ ବୟାନ , ‘ବିଜେପିକୁ ଭୋଟ ଦେଇନାହାନ୍ତି ମିଆ ମୁସଲମାନ ’
ମନ୍ତ୍ରୀ ଏଚବି ସରମା କହିଛନ୍ତି ମିୟା ମୁସଲିମ ମାନେ ଆସାମରେ ହୋଇଥିବା ଗତ ପଞ୍ଚାୟତ ନିର୍ବାଚନ ଏବଂ 2014 ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ ଦେଇ ନାହାଁନ୍ତି। ବିଜେପି ମିଆ ମୁସଲମାନଙ୍କ ହାତରେ ଥିବା ଆସନରେ ଭୋଟ ପାଇନଥାଏ। ଅନ୍ୟ ଆସନଗୁଡିକ ସମ୍ପର୍କରେ ସେ କହିଛନ୍ତି ଯେ ସେଗୁଡିକ ବିଜେପିର ସୁରକ୍ଷିତ ଆସନ । କିନ୍ତୁ ଯେଉଁ ଆସନ ଗୁଡିକ ଗୁଡିକ ମିଆ ମୁସଲମାନ ଲୋକ ସଂଖ୍ୟା ବହୁଳ ତାହା ସେ ଆସନ ଗୁଡିକରେ ବିଜେପି ଭୋଟ ପାଇବା ପ୍ରାୟତଃ ସମ୍ଭବ ନୁହେଁ । ମନ୍ତ୍ରୀଙ୍କର ଏପରି ବୟାନ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ