ଓଡିଶା

odisha

ETV Bharat / bharat

ମିଶନ 2022: ଅକ୍ଟୋବରରେ ୟୁପିରେ ମେଗା ରାଲି କରିବେ ପ୍ରିୟଙ୍କା

ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ । ତେବେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅକ୍ଟୋବର 12 ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ଏକ ମେଗା ରାଲିରେ ସମ୍ବୋଧିତ କରିବେ। ଅଧିକ ପଢନ୍ତୁ...

By

Published : Sep 21, 2021, 12:16 PM IST

ମିଶନ 2022: ଅକ୍ଟୋବରକୁ ୟୁପିରେ ମେଗା ରାଲି କରିବେ ପ୍ରିୟଙ୍କା
ମିଶନ 2022: ଅକ୍ଟୋବରକୁ ୟୁପିରେ ମେଗା ରାଲି କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ । ତେବେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅକ୍ଟୋବରରେ ସାରା ରାଜ୍ୟରେ ମେଗା ରାଲି କରିବାକୁ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ ରାଜ୍ୟରେ ପ୍ରାୟ 12 ମେଗା ରାଲି ଆୟୋଜନ କରିବାକୁ ଆଲୋଚନା ଚାଲିଛି । ସେଥିମଧ୍ୟରୁ 9 ଟି ଚୂଡାନ୍ତ ହୋଇସାରିଛି। ସେପ୍ଟେମ୍ବର 29 ରେ ପ୍ରିୟଙ୍କା ରାଜ୍ୟରେ ନିର୍ବାଚନ ପ୍ରଚାର ମେରଠରେ ଆରମ୍ଭ କରିବେ।

ବର୍ତ୍ତମାନର ଯୋଜନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଅକ୍ଟୋବର 12 ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବେ। ଏପଟେ କଂଗ୍ରେସ ନେତା ଦେଓରିଆ ଆଜମଗଡ଼ରେ ଅକ୍ଟୋବର 17 ଏବଂ ପ୍ରୟାଗରାଜରେ ଅକ୍ଟୋବର 18ରେ ମେଗାରାଲିକୁ ସମ୍ବୋଧିତ କରିବେ । ତେବେ ଏନେଇ ଆଲୋଚନା ଚାଲିଛି ଏବଂ ପରିସ୍ଥିତି ଅନୁଯାୟୀ ଦିଆଯାଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଅନ୍ୟପଟେ ପ୍ରିୟଙ୍କା ୟୁପି କଂଗ୍ରେସ ନେତାମାନଙ୍କ ସହ ମାରାଥନ ବୈଠକରେ ଅଂଶଗ୍ରହଣ କରି ଦଳୀୟ କର୍ମୀଙ୍କୁ ଦିନରାତି କାମ କରିବାକୁ ପରାମର୍ଶ ଦେଉଛନ୍ତି। ଆସନ୍ତା ବର୍ଷର ରାଜ୍ୟ ନିର୍ବାଚନ ପାଇଁ ସମସ୍ତ 403 ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ 12 ହଜାର କିଲୋମିଟର ରାଜ୍ୟବ୍ୟାପୀ "ପ୍ରତିଜ୍ଞା ଯାତ୍ରା" ଆୟୋଜନ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details