ମୁମ୍ବାଇ:ବ୍ରହ୍ମାଣ୍ଡ ସୁନ୍ଦରୀ ହେବାରୁ ସ୍ବପ୍ନ ଦେଖୁଛନ୍ତି କି । ବିବାହ ପରେ ବି ମିଳିବ ସୁଯୋଗ । ମହିଳାଙ୍କ ପାଇଁ ଆଉ ବାଧା ସାଜିବନି ବିବାହ ଓ ସନ୍ତାନ । ଆପଣ ବିବାହିତ ହୋଇଥିଲେ ବି ନିଶ୍ଚିନ୍ତ ରୂପେ ମିସ୍ ୟୁନିଭର୍ସରେ ଅଂଶ ଗ୍ରହଣ କରିପାରିବେ । କାରଣ 70 ବର୍ଷ ଧରି ରହିଥିବା ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଏବେ ବିବାହିତ ମହିଳାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜନ କରୁଥିବା ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ବର୍ଷ ଅର୍ଥାତ 2023ରେ ଅନୁଷ୍ଠିତ ହେବାକୁ ଥିବା 72ତମ ମିସ୍ ୟୁନିଭର୍ସରେ ମା' ଓ ବିବାହିତ ମହିଳାଙ୍କୁ ଭାଗ ନେବାକୁ ସୁଯୋଗ ମିଳିବ । ବର୍ତ୍ତମାନ ଏହି ପ୍ରତିଯୋଗିତାରେ କେବଳ 18ରୁ 28 ବର୍ଷ ଅବିବାହିତ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ମହିଳାଙ୍କ ଅଧିକାରକୁ ଦୃଷ୍ଟିରେ ରଖି ପୂର୍ବ ସର୍ତ୍ତରେ ପରିବର୍ତ୍ତନ ଅଣାଯାଇଛି । ବର୍ତ୍ତମାନ ବିବାହିତ ହୋଇଥିଲେ କିମ୍ବା ମାଆ ହୋଇଥିଲେ ବି ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।