ଓଡିଶା

odisha

ETV Bharat / bharat

ସରକାରୀ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କ ମୁଣ୍ଡରେ ପିସ୍ତଲ ଲଗାଇଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ - ସରକାରୀ ଅଧିକାରୀଙ୍କୁ ପିସ୍ତଲ ଦେଖାଇ ଧମକ

ବିହାରରେ ଅପରାଧି ମାନୁନାହାନ୍ତି ଆଇନକାନୁନ । ସରକାରୀ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କ ମୁଣ୍ଡରେ ପିସ୍ତଲ ଲଗାଇଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବିହାରରେ ଅପରାଧି ମାନୁନାହାନ୍ତି ଆଇନକାନୁନ
ବିହାରରେ ଅପରାଧି ମାନୁନାହାନ୍ତି ଆଇନକାନୁନ

By

Published : Aug 19, 2023, 5:28 PM IST

Updated : Aug 19, 2023, 5:51 PM IST

ସରକାରୀ କାର୍ଯ୍ୟାଳୟରେ ପଶି ଦୃର୍ବୃତ୍ତଙ୍କ ଦାଦାଗିରି

ପାଟଣା: ଅପରାଧୀ ମାନୁନାହାନ୍ତି ଆଇନକାନୁନ । ସରକାରୀ କାର୍ଯ୍ୟାଳୟରେ ପଶି ସରକାରୀ ଅଫିସରଙ୍କ ମୁଣ୍ଡରେ ପିସ୍ତଲ ଲଗାଇଲେ ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ବିହାର ଜହାନାବାଦର ଏକ ସରକାରୀ କାର୍ଯ୍ୟାଳୟରେ । ସରକାରୀ କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତ ପିଶି ସରକାରୀ ବାବୁଙ୍କୁ ପିସ୍ତଲ ଦେଖାଇ ଧମକାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ବିହାର ଜାହାନାବାଦର ସକୁରାବାଦ ଗାଁରେ ଥିବା ଏକ ରାଜସ୍ବ କାର୍ଯ୍ୟାଳୟର ଏକ ଘଟଣା ବୋଲି ଜାହାନାବାଦ ପୋଲିସ ସୂଚନା ଦେଇଛି ।

ଏହା ବି ପଢନ୍ତୁ..ଏକତରଫା ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ ! ମାଆ ଆଗରେ ଝିଅକୁ ଛୁରୀ ଭୁସି ହତ୍ୟା

ଭିଡିଓରେ ଦେଖିବାକୁ ମିଳିଛି, କିଛି ଦୁର୍ବୃତ୍ତ କାର୍ଯ୍ୟାଳୟ ମଧ୍ଯରେ ପ୍ରବେଶ କରିଥିଲେ । 3-4 ଜଣ ବ୍ଯକ୍ତି କାର୍ଯ୍ୟାଳୟରେ ପିଶି ଜିନିଷପତ୍ର ଫିଙ୍ଗାଫିଙ୍ଗି କରିଥିଲେ । ସେଠାରେ ଥିବା ରାଜସ୍ବ ଅଧିକାରୀଙ୍କୁ ଧମକାଇବା ସହ ତାଙ୍କୁ ମାରପିଟ ମଧ୍ୟ କରିଥିଲେ । ପରେ ଦୁର୍ବୃତ୍ତ ଏବଂ ଅଧିକାରୀଙ୍କ ମଧ୍ୟରେ ଅଧିକ ବଚସା ହେବା ପେର ଦୁର୍ବୃତ୍ତ ଜଣକ ତାଙ୍କୁ ପିସ୍ତଲ ଦେଖାଇ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀ ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଡରାଇବାକୁ ଚେଷ୍ଟା କରାଯାଉଥିବା ଭିଡିଓରେ ଦେଖିବାକୁ ପାଇବେ

ଏହା ବି ପଢନ୍ତୁ.. ସ୍ତ୍ରୀକୁ ନପାଇ ଶ୍ବଶୁରକୁ ଗୁଳି କଲା ଜ୍ବାଇଁ: ବାନ୍ଧିଲା ପୋଲିସ, ଅଳ୍ପକେ ବର୍ତ୍ତିଲା ଜୀବନ

ଏହି ଘଟଣାକୁ ନେଇ ଜାହାନାବାଦ ଏସିପି ଦୀପକ ରଞ୍ଜନ କହିଛନ୍ତି, ‘‘ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ସତ୍ୟତା ଜଣିବା ପାଇଁ ସେ ଏକ ଟିମ୍ ଗଠନ କରିଥିଲେ । ଏହି ଘଟଣା କେଉଁଠାର ଓ ଭିଡିଓରେ ଥିବା ଦର୍ବୃତ୍ତମାନଙ୍କୁ ଖୋଜିବା ପାଇଁ ଟିମ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଟିମର ଅନୁସନ୍ଧାନରୁ ଜଣାପଡିଥିଲା କି ଏହି ଘଟଣା ସକୁରାବାଦ ଗାଁରେ ଥିବା ଏକ ରାଜସ୍ବ କାର୍ଯ୍ୟାଳୟର । ଜମିବାଡି ବିବାଦକୁ ନେଇ ଦୁର୍ବୃତ୍ତମାନେ ଏପରି ଘଟଣା ଘଟାଇଛନ୍ତି । ଘଟଣାର ଭିଡିଓ ଭାଇରାଲ ହେବା ପରେ ଦୁର୍ବୃତ୍ତ ଫେରାର ଥିବା ବେଳେ ସେମାନଙ୍କୁ ଧରିବ ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଖୁବଶିଘ୍ର ସେମାନଙ୍କୁ ଧରାଯିବ । ଜିଳ୍ଲାରେ କୌଣସି ପ୍ରକାର ଅପରାଧିକ ଗତିବିଧିକୁ ପ୍ରୋତ୍ସାହନ ଦିଆଯିବ ନାହିଁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 19, 2023, 5:51 PM IST

For All Latest Updates

ABOUT THE AUTHOR

...view details